ବିବାଦ ଛାଡ଼ୁନି:ପୁଣିବିବାଦ ଘେରରେ କେନ୍ଦ୍ରାପଟି ଆରଆଇ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ(ଦୁଃଶାସନ ନାୟକ)- ବିବାଦରେ କେନ୍ଦ୍ରାପାଟି ରାଜସ୍ୱ ନିରୀକ୍ଷକ ହେଉଛନ୍ତି ଦୀପ୍ତିରଞ୍ଜନ ମହାପାତ୍ର | ଏହି କିଛିମାସ ତଳେ ଅସ୍ତରଙ୍ଗ ଆରଆଇ ସର୍କଲ ରେ ଥିବାବେଳେ ଏହି ବାବୁଜଣକ ଆରଆଇ କାର୍ଯ୍ୟାଳୟ ରେ ଥିବା ଚଉକିରେ ନକଲି ଆରଆଇଙ୍କୁ ବସାଇ ଅର୍ଥ ଆଦାୟ କରୁଥିବା ଅଭିଯୋଗ ସହ ଧରା ପଡିବା ପରେ ଅଭିଯୋଗ ଟି ତହସିଲଦାରଙ୍କ ନିକଟରେ ପହଞ୍ଚି ଥିଲା । ତହସିଲଦାର ରାଜଳଷ୍ମୀ ନୟକ ଏହାର ତଦନ୍ତ କରି ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ଆର ଆଇ ଦୀପ୍ତିରଞ୍ଜନ ମହାପାତ୍ର ଙ୍କୁ କେନ୍ଦ୍ରାପଟି ଆର ଆଇ ସର୍କଲକୁ ପଠାଯାଇଥିଲା । ସେ ମହାଶୟ ସେଠି ରହିବାର କିଛିମାସପରେ ପୁଣି ବିବାଦ ଘେରକୁ ଶ୍ରୀ ମହାପାତ୍ର ଟାଣିହୋଇଥିବା ଦେଖିବାକୁ ମିଳିଅଛି ।
ପ୍ରକାଶଯୋଗ୍ୟ ଯେ,ଅସ୍ତରଙ୍ଗ ତହସିଲ ଅଧିନ କେନ୍ଦ୍ରାପାଟି ରାଜସ୍ୱ ନିରୀକ୍ଷକ ହେଉଛନ୍ତି ଦୀପ୍ତିରଞ୍ଜନ ମହାପାତ୍ର । ଶ୍ରୀ ମହାପାତ୍ର ତାଙ୍କ କାର୍ଯାଳୟରେ ନିଶାସେବନ ସହ ମହିଳା ମାନଙ୍କୁ ଆଣି ଯୌନ କାର୍ଯ୍ୟରେ ବ୍ୟବହାର କରୁଥିବାର ଅଭିଯୋଗ ହୋଇ ଆସୁଥିଲା ।ଏଥିରେ କିଛି ସୁଫଳ ନ ମିଳିବାରୁ ଗ୍ରାମବାସୀ ମାନେ ଅଫିସ ଉପରେ ଚଢ଼ାଉ କରି ବହୁ ମଦବୋତଲ ସହ,କଣ୍ଡମ,କଟୁରି,ରସି,ଆଦି ଜବତ କରି ଅସ୍ତରଙ୍ଗ ତହସିଲଦାର ରାଜଲଷ୍ମୀ ନୟକଙ୍କୁ ଖବର ଦେବାସହ କାର୍ଯ୍ୟାଲୟକୁ ଘେରାଉ କରି ରଖିଲେ । ତହସିଲଦାର ଶ୍ରୀମତୀ ନାୟକ ପହଞ୍ଚିଲା ପରେ ତାଙ୍କୁ ଆର ଆଇଙ୍କର ଦୋ ନମ୍ବରି କାର୍ଯ୍ୟ ସମ୍ପର୍କରେ ଲିଖିତ ଅଭିଯୋଗ କଲେ କେନ୍ଦ୍ରାପାଟି ଗ୍ରାମବାସୀ । ତହସିଲଦାର ଉତ୍ତ୍ୟକ୍ତ ଜନତାଙ୍କୁ ବୁଝା ବୁଝି କରିବା ସହ ଦୁଇ ଦିନ ଭିତରେ ଏହି ଘଟଣାର ସତ୍ୟା ସତ୍ୟ ତଦନ୍ତ କରାଯାଇ ଜିଲ୍ଲା ପ୍ରଶାସନ ଙ୍କୁ ରିପୋର୍ଟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଅବସ୍ଥା ଶାନ୍ତ ପଡିଥିବା ଜଣାପଡିଅଛି । ତୁରନ୍ତ ଏହିପରି ଏକ ଦୋ ନମ୍ବରି ଆରଆଇ ଙ୍କୁ ଏଠାରୁ ସ୍ଥାନାନ୍ତରିତ କରିବା ପାଇଁ ଏଠାକାର ଅଂଚଳ ବାସୀ ଦାବି କରିଛନ୍ତି ।

 

0
0
0
s2sdefault