-
ହାତୀ ଉପଦ୍ରବ ରେ ଲୋକେ ଅତିଷ୍ଠ
-
ହାତୀ ଘଉଡାଇବା ରେ ଅସମର୍ଥ ବନବିଭାଗ
ସାରସକଣା ରୁ ଦିପୁ ମହାପାତ୍ର: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଦିଗାରିଶୋଳ ଗ୍ରାମରେ ୭୦ ରୁ ଉର୍ଦ୍ଧ ଝାଡଖଣ୍ଡି ହାତୀଙ୍କ ଉପଦ୍ରବ ଥମିବାର ନାମ ଧରୁନାହିଁ। ଚାରି ଦିନ ହେଲା ସାରସକଣା ଅଞ୍ଚଳରେ ଝାଡଖଣ୍ଡି ହାତୀ ପଲ ରହି ବିଭିନ୍ନ ସ୍ଥାନରେ ବିଚରଣ କରିବା ସହ ଉପଦ୍ରବ ଚଳାଇଥିବା ବେଳେ ଏହି ହାତୀ ପଲ ପ୍ରାୟ ସମୟରେ ଏହି ବ୍ଲକ ଅଞ୍ଚଳ କୁ ପ୍ରବେଶ କରି ଉପଦ୍ରବ ଚଳାଇଥିବାରୁ ହାତୀ ପଲ ଉପଦ୍ରବ ରେ ଲୋକେ ଅତିଷ୍ଠ ହୋଇ ପଡିଲେଣି। ଏପରି ନିଜ ଘର ଛାଡ଼ି ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି ତୋ କେହି ମୋବାଇଲ ଟାୱାର ଉପରେ ଚଢ଼ି ନିଜ ଜୀବନ ପାଇଁ ସଂଘର୍ଷ କରୁଛନ୍ତି।
ମୃତକ ଜଣଙ୍କ ହେଲେ ସାରସକଣା ବ୍ଲକ ଅଧିନ ଦୀଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା (୩୮ ) ଓ ଫୁଲମଣି ମୁଣ୍ଡା (୬୦)। ରବିବାର ସନ୍ଧ୍ୟା ସମୟରେ ଗାଁ ହାଟରୁ ସଉଦା କରି ଫେରୁଥିବା ବେଳେ ୭୦ ଟିକିଆ ହାତୀ ପଲ ସହିତ ମୁହାଁମୁହିଁ ହେବାରୁ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ସେହିପରି ସେହି ଗ୍ରାମର ଫୁଲମଣି ମୁଣ୍ଡା ଖାଇ ସାରି ଶୋଇଥିବା ସମୟରେ ଦନ୍ତା ଘର ଭାଙ୍ଗି ଯିବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ଏବାବଦରେ ଝାରପୋଖରିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ବାଙ୍ଗିରିପୋଷି ରେଞ୍ଜର ଓ ଫୋରେଷ୍ଟର ଗୁରୁବାରୀ ମାରାଣ୍ଡିଙ୍କୁ ଏ ବାବଦରେ ଖବର ଦେବା ପରେ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନ ଥିଲେ । ତେବେ ଗୁରୁତର ଙ୍କୁ ପ୍ରଥମେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିଲା ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଦିଗାରୀ ଷୋଳ ଗ୍ରାମରେ ଉଦ୍ଧାର ପାଇଁ ଯାଇଥିବା ଅଗ୍ନିସମ ଗାଡିକୁ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଅଟକ ରଖିଥିଲେ ।ତେବେ ଅଞ୍ଚଳକୁ ହାତୀପଲ ପ୍ରବେଶ କରି ଉପଦ୍ରବ ଜାରି ରଖିଥିବା ରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଝାଡଖଣ୍ଡି ହାତୀ ଉପଦ୍ରବକୁ ରୋକିବା ପାଇଁ ଅସମର୍ଥ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା।