ହେଡଲାଇନସ୍:

ଖୁରୀଗାଁ ପଞ୍ଚାୟତ ଉପର ମାଣ୍ଡ ଝୁଲା ଗ୍ରାମ ବଜ୍ରପାତ ଯୋଗୁ 18ଟି ଗାଈଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ:କାଶୀପୁର ବ୍ଲକ ଖୁରୀଗାଁ ପଞ୍ଚାୟତ ଅନ୍ତର୍ଗତ ଉପର ମାଣ୍ଡିଝୁଲା ଗ୍ରାମରେ ବଜ୍ରପାତ ଯୋଗୁଁ 18ଟି ଗାଈ ଙ୍କ ମୃତ୍ୟୁ ହୋଇଛି |ଆଜି ଅପରାହ୍ନ ସମୟରେ ଗାଈ ପାହାଡ଼ ରେ ବଜ୍ରପାତ ଯୋଗୁଁ 18ଟି ଗାଈ ମୃତ୍ୟୁ ହୋଇଥିବା ବେଳେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଙ୍କୁ ସରକାରୀ ସହାୟତ ପାଇଁ ଅନୁରୋଧ କରିଛନ୍ତି |ସନ୍ଧ୍ୟା ସମୟରେ ଉପର ମାଣ୍ଡିଝୁଲା ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଶ୍ୟାମ ସୁନ୍ଦର ମାଝୀ ଙ୍କୁ ଖବର ଦେଇଥିଲେ ଓ ସରପଞ୍ଚ ମଧ୍ୟ ନିଜେ ଅନ୍ଧାର ରାତିରେ ଆସି 18ଟି ଗାଈର ମୃତ ଦେହକୁ ଦେଖିଲା ପରେ ମୁଁ କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଉକ୍ତ ବିଷୟରେ ଖବର ଦେବି ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି |ମସ୍ତରାମ ମାଝୀ,ଧନପତି ମାଝୀ,ପୁରନ୍ଦର ମାଝୀ,ଦଳପତି ଝୋଡ଼ିଆ, ମାଲତି ମାଝୀ, ରବି ଝୋଡ଼ିଆ ଙ୍କ ସମେତ ଆଉ କିଛି ଗ୍ରାମବାସୀଙ୍କ ଗାଈ ମୃତ୍ୟୁ ହୋଇଛି |

0
0
0
s2sdefault