ହେଡଲାଇନସ୍:

ଅନ୍ଧାର ହେଲା କାଳ : ବିଦ୍ୟୁତ ତାରରେ ପଡିଗଲା ପାଦ,ଚାଲିଗଲା ଜୀବନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,(ସୀତାକାନ୍ତ ପାଢ଼ୀ)-:ରାସ୍ତାରେ ପଡିଥିଲା ବିଦ୍ୟୁତ ତାର । ଘରକୁ ଫେରିବା ବେଳେ ଅନ୍ଧାରରେ ଜାଣି ନପାରି ତାର ଉପରେ ଚଢ଼ିଯାଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ନାଲଗରା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ମୃତକ କାଉପୁର ପଞ୍ଚାୟତ ସିରାପୁର ଗାଁର ସୁବାସ ସାହୁ ।
ଖବର ଅନୁଯାୟୀ,  ସୁବାସ ସନ୍ଧ୍ୟାରେ କାମରୁ ଆସି ବଜାରକୁ ଯାଇଥିଲେ । ରାତିରେ ନାଲଗରା, ଇଟାଭାଟି ପଡିଆ ଦେଇ ଘରକୁ ଆସୁଥିଲେ ।  ଅନ୍ଧାରରେ ଆସୁଥିବାରୁ ତଳେ ପଡିଥିବା ବିଦ୍ୟୁତ ତାରକୁ ଜାଣି ନପାରି ଚଢି ଯାଇଥିଲେ ସୁବାସ । ଘଟଣାସ୍ଥଳରେ ସୁବାସଙ୍କର ମୃତ୍ୟୁ ହୋଇଥିଲା । ସକାଳ ଲୋକେ ଦେଖି ସୁବାସଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।  ସୁବାସଙ୍କ ଦେହରେ ତାର ଗୁଡ଼ାଇ ହେବା ଲାଗି ପୋଡି ଯାଇଥିବା ଅନୁମାନ କରାଯାଉଛି। ବିଦ୍ୟୁତ ବିଭାଗର ଅବହେଳା ପାଇଁ ସୁବାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ସହ ସରପଞ୍ଚ ମୁକ୍ତିକାନ୍ତ ସାହୁ ।

0
0
0
s2sdefault