ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ଗଣତାନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ ନୁହେଁ -ସମୀର ମହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ରହି ବିଧାନସଭା ବଜେଟ୍ ଅଧିବେଶନରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହେଲେ ଚିନ୍ତାଜନକ

  • ବିଧାନସଭାର ପରମ୍ପରା ଓ ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା

  • ଗଣତନ୍ତ୍ରକୁ ସମ୍ମାନ ଦେଇ ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ବେଳେ ପ୍ରତ୍ୟକ୍ଷ ଭାବରେ ଗୃହରେ ରହିବା ଆବଶ୍ୟକ


ଭୁବନେଶ୍ୱର- ଆସନ୍ତା ବିଧାନସଭା ମୌସୁମୀ ବଜେଟ୍ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ରହି ଭର୍ଚ୍ଚୁଆଲ ମାଧ୍ୟମରେ ଏଥିରେ ଯୋଡ଼ି ହୋଇପାରନ୍ତି ବୋଲି ଇଂରେଜ ଖବର କାଗଜରେ ପ୍ରକାଶ ପାଇଛି । ଏହି ଖବର ସତ୍ୟ ହୋଇଥିଲେ ଚିନ୍ତାଜନକ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ଏ ପ୍ରସଙ୍ଗରେ ଶ୍ରୀ ମହାନ୍ତି ଟ୍ୱିଟ୍ କରିଛନ୍ତି ଯେ ଜୁଲାଇ ୨ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୌସୁମୀ ତଥା ବଜେଟ୍ ଅଧିବେଶନ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥିବା ବେଳେ ଭର୍ଚ୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଅଧିବେଶନରେ ରହିପାରନ୍ତି ବୋଲି ଦୈନିକ ଇଂରାଜୀ ସମ୍ବାଦ ପତ୍ର ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇଛି । ଯଦି ଏହି ଖବର ସତ୍ୟ ହୋଇଥାଏ, ଏହା ଚିନ୍ତାଜନକ ।
ମୁଖ୍ୟମନ୍ତ୍ରୀ ବିଧାନସଭାର ପରମ୍ପରା ଓ ଏହାର ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା । ଅଧିବେଶନ ସମୟରେ ଗୃହରେ ପ୍ରତ୍ୟକ୍ଷ ଭାବେ ନ ରହିବା ଗ୍ରହଣୀୟ ନୁହେଁ । ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ; ଗଣତାନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ ନୁହେଁ ।
ବିଧାନସଭା ହେଉଛି ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ଗଣତନ୍ତ୍ରର ମନ୍ଦିର । ରାଜ୍ୟର ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଗୃହରେ ଆଲୋଚନା ହୋଇଥାଏ । ଗଣତନ୍ତ୍ରକୁ ସମ୍ମାନ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ବେଳେ ପ୍ରତ୍ୟକ୍ଷ ଭାବରେ ଗୃହରେ ରହିବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି ଟ୍ୱିଟ୍ କରି କହିଛନ୍ତି ।

0
0
0
s2sdefault