ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଥାନାରେ ଲେଖା ହୋଇଛି ଆମେ ସମସ୍ତଙ୍କୁ ସମାଦରରେ କଥା ହେବୁ I କିନ୍ତୁ ଘୁ.ଉଦୟଗିରି ପୁଲିସ କାହା ସହିତ ମଧ୍ୟ ସମାଦରରେ କଥା ହେଉ ନାହିଁ I ସମାଦରରେ କଥା ହେବା ବଦଳରେ ଅସଦ ବ୍ୟବହାର କରୁ ଛନ୍ତି I ଏହା ଅନ୍ୟ କେହି ନୁହେଁ କନ୍ଧମାଳ ଜିଲ୍ଲାର ଜିଲ୍ଲା ପରିଷଦ ଉପାଦକ୍ଷା ସାଧବାଣୀ ନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି I ଏହି ଖବର ପ୍ରଚାରିତ ହେବା ପରେ ଘୁ.ଉଦୟଗିରି ଥାନାରେ ଫେଲ ମାରିଛି କି 'ମୋ ସରକାର' ଯୋଜନା ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ମତପ୍ରକାଶ ପାଇବା ସହ ଜିଲାପରିଷଦ ଉପାଦକ୍ଷାଙ୍କ ପ୍ରତି ପୁଲିସର ବ୍ୟବହାରକୁ ନିନ୍ଦା କରାଯାଇଛି I ଯଦି ନିର୍ବାଚିତ ଜନପ୍ରତିନିଧିଙ୍କ ପ୍ରତି ଏହି ଭଳି ପୁଲିସର ବ୍ୟବହାର, ତାହା ହେଲେ ସାଧାରଣ ଜନତାଙ୍କ ପ୍ରତି ପୁଲିସର ବ୍ୟବହାର ଜଳଜଳ ହୋଇ ଦେଖା ଯାଉଛି I ପୁଲିସର ଏହି ବ୍ୟବହାରକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯିବା ସହ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଉଠିଛି I ସୂଚନା ଅନୁସାରେ ଘୁ.ଉଦୟଗିରି ପୁଲିସ ୨୮/୦୫/୨୦୨୨ ରିଖ ସକାଳ ୮ ଘଣ୍ଟା ୩୦ମି ସମୟରେ ଗଡ଼ାଗୁଡା ଗ୍ରାମର ସଂଜୀବ ପ୍ରଧାନ ନାମକ ଜଣେ ଯୁବକଙ୍କୁ ୨୦୦୮ ମସିହା ଦଙ୍ଗା ମାମଲାରେ ଜିଆର ମାମଲା ସଂଖ୍ୟା ୩୫୬(ଏଫ) ୨୦୦୮ ଦଫା ୧୪୭, ୧୪୮, ୪୩୬, ୪୨୭, ୩୪୧, ୩୨୩, ୩୨୪, ୩୨୫, ୩୨୬, ୩୦୨, ୩୭୯, ୩୦୭, ୧୨୦-ବି, ୧୪୯ ଆଇପିସିରେ ୱାରେଣ୍ଟ ଥିବା ଅଭିଯୋଗରେ ପ୍ରଭୂ ରଶ୍ମୀ ପ୍ରଧାନ ନାମକ ଅନ୍ୟ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା I ଘୁ.ଉଦୟଗିରି ପୁଲିସ ସଂଜୀବ ପ୍ରଧାନଙ୍କ ବଦଳରେ ପ୍ରଭୂ ରଶ୍ମୀ ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଛି ବୋଲି ଆଜି ଜିଲା ପରିଷଦ ଉପାଦକ୍ଷା ସାଧବାଣୀ ନାୟକ, ଗଡ଼ାଗୁଡା ସରପଞ୍ଚ, ଗ୍ରାମରଖୀ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଥାନାର ଦ୍ୱାରସ୍ଥ ହୋଇ ଥିଲେ I ଜିଲ୍ଲା ପରିଷଦ ଉପାଦକ୍ଷା ଘଟଣା ସମ୍ପର୍କରେ ବୁଝିବା ପାଇଁ ଥାନାଧିକାରୀଙ୍କ କାର୍ଯ୍ୟାଳୟ ଯାଇ ପଚାରି ବୁଝି ଥିଲେ I ଏହି ସମୟରେ ଘୁ.ଉଦୟଗିରି ଥାନାଧିକାରୀ ' ଆମର ଅନେକ କାମ ଅଛି' ମୁଁ କେବଳ ଏହି ଗୋଟିଏ କାମ କରିବିକି?? ବୋଲି ଥାନାଧିକାରୀ ଜିଲାପରିଷଦ ଉପାଦକ୍ଷାଙ୍କୁ ବିଭିନ୍ନ ପ୍ରକାର କଥା କହି ଅସଦ ବ୍ୟବହାର କରି ଥିବା ଉପାଦକ୍ଷା ପ୍ରତିକ୍ରିୟା ଦେଇଛନ୍ତି I ସରକାର ପୁଲିସ-ଜନତାଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବା ପାଇଁ ମୋ ସରକାର ଯୋଜନା କରିଛନ୍ତି I ଘୁ.ଉଦୟଗିରି ଥାନାଧିକାରୀଙ୍କ ଜନପ୍ରତିନିଧିଙ୍କ ପ୍ରତି ଏହି ଭଳିଆ ବ୍ୟବହାର ସରକାରଙ୍କ ଯୋଜନାକୁ ସମ୍ପୂର୍ଣ୍ଣ ଫେଲ କରିଛି ବୋଲି ଅଞ୍ଚଳରେ ମତପ୍ରକାଶ ପାଇଛି I କନ୍ଧମାଳ ଜିଲ୍ଲାରେ ଏହା ପ୍ରଥମ ଘଟଣା ନୁହେଁ I ଏହା ପୂର୍ବରୁ ବାଲିଗୁଡ଼ା ଠାରେ ନିର୍ବାଚିତ ଜନପ୍ରତିନିଧିଙ୍କ ପ୍ରତି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅସଦ ବ୍ୟବହାର ଘଟଣା ପଦାକୁ ଆସି ଥିଲା I ବର୍ତ୍ତମାନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ପ୍ରତି ଥାନାଧିକାରୀଙ୍କ ଅସଦ ବ୍ୟବହାରକୁ ସ୍ଥାନୀୟ ଜନସାଧାରଣ ସହଜରେ ଗ୍ରହଣ କରି ପାରୁ ନାହାନ୍ତି I ଏହି ଅସଦ ବ୍ୟବହାର ଘଟଣାକୁ ତୀବ୍ର ବିରୋଧ କରିଛନ୍ତି I ତେଣୁ ଏହି ଘଟଣା ପ୍ରତି ସରକାର ଦୃଷ୍ଟି ଦେବା ସହ ସାଧାରଣ ଜନତା ଓ ନିର୍ବାଚିତ ଜନପ୍ରତିନିଧିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସକାଶେ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଧେଶ ଦେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି I
ଅଘଟଣ
ଘୁ. ଉଦୟଗିରି ଥାନାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକଙ୍କୁ ଅସଦ ବ୍ୟବହାର ଅଭିଯୋଗ
- Hits: 430