ଗୋଟିଏ ଦଉଡ଼ିରେ ଆତ୍ମହତ୍ୟା କଲେ ପ୍ରେମିଯୁଗଲ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ସାପଲହର ଗ୍ରାମ ରେ ଏକ ପ୍ରେମୀ ଯୁଗଳ ଗୋଟିଏ ଦଉଡ଼ି ରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି l ପତିପତ୍ନୀ ଭାବେ ଶିବରାତ୍ରି ଦିନ ଠାରୁ ଦୁହେଁ ରହି ଆସୁଥିଲେ l ଏହି ପ୍ରେମିଯୁଗଳ ଙ୍କ ହଠାତ ଆତ୍ମହତ୍ୟା ପଦକ୍ଷେପ ନେବା ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛିl ସୂଚନା ଅନୁସାରେ ସାପଲହର ଗ୍ରାମ ର ପ୍ରଶାନ୍ତ କୁମ୍ଭାର ଓ ଧୂମାଭଟା ଗ୍ରାମ ର ଝିଅ କ୍ଷୀରପ୍ରୀୟା ଜାଲ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା l ସକାଳ 6ଟା ରେ ଉଭୟେ ତାମିଲନାଡୁ କାମଧନ୍ଦା ଅନ୍ୱେଷଣ ରେ ଯିବାକୁ ପ୍ରସ୍ତୁତ ହେଉଥିଲେ l ଦୁହିଁଙ୍କର ହଠାତ ମାନସିକତା ପରିବର୍ତନ ହୋଇ ଘରେ କେହି ନ ଥିବା ସୁଯୋଗ ନେଇ ପଙ୍ଖା ସହାଯ୍ୟ ରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ l ଝିଅ ର ବାପା ଇନ୍ଦ୍ରମଣୀ ଜାଲ ଙ୍କ ଅଭିଯୋଗ କ୍ରମେ ଜଗଦଳପୁର ଥାନା ଅଧିକାରୀ ସୁଷମା କୁଅଁର, ଏ. ଏସ. ଆଇ ପ୍ରଦୀପ ପାଣି ଘଟଣା ସ୍ଥଳ କୁ ସଙ୍ଗେ ସଙ୍ଗେ ପହଁଚି ଥିଲେ l ଉପଖଣ୍ଡ ପୋଲିସ ଅଧିକାରୀ ବିଭୁତିଭୂଷଣ ଭୋଇ, ବଲାଙ୍ଗୀର ସାଇଣ୍ଟିଫିକ ଟିମ ଓ ମାଜିଷ୍ଟେଟ ତଥା ପଦ୍ମପୁର ତହସିଲଦାର ସଞ୍ଜନ ସେଠ ଙ୍କ ଉପସ୍ଥିତି ରେ ଝୁଲନ୍ତା ଶବ କୁ ଉଦ୍ଧାର କରାଯାଇ ଶବ କୁ ଜବତ କରି ବ୍ୟବଛେଦ ପାଇଁ ପଦ୍ମପୁର ଚିକିତ୍ସାଲୟ କୁ ପଠାଇଛନ୍ତି l ଦୀର୍ଘଦିନ ର ପ୍ରେମ ପରେ ଅଳ୍ପ ଦିନ ପତିପତ୍ନୀ ଭାବରେ ରହି ଆତ୍ମହତ୍ୟା କରିବା ଘଟଣା ର କାରଣ ଅସ୍ପଷ୍ଟ ରହିଛି ଘଟଣା କୁ ଗୁରୁତ୍ୱ ର ସହ ନେଇ କେସ ନଂ 4/22ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀମତୀ କୁଅଁର ସୂଚନା ଦେଇଛନ୍ତିl

0
0
0
s2sdefault