ହେଡଲାଇନସ୍:

ସୁନ୍ଦରଗଡ ରେ ଦିନକୁ ଦିନ ଡ୍ରଗ୍ସ କାରବାର ବ୍ରୃଦ୍ଧି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡ୍ରଗ୍ସ କାରବାର କରୁଥିବା ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଲେ ସ୍ଥାନୀୟ ମହିଳା।

ରାଉରକେଲା/ସୁନ୍ଦରଗଡ,; ଡ୍ରଗ୍ସ କାରବାର କରୁଥିବା ସନ୍ଦେହ ରେ ଜଣେ ମହିଳା ଙ୍କୁ ପ୍ରବଳ ମାଡ ମାରିଲେ ସ୍ଥାନୀୟ ମହିଳା। ରବିବାର ସନ୍ଧ୍ୟାରେ ଏଭଳି ଦେଖିବାକୁ ମିଳିଛି ସୁନ୍ଦରଗଡ ଟାଉନ ଥାନା ପତ୍ରାପଡ଼ା ଅଞ୍ଚଳରେ । ଖବର ପାଇ ସଦର ଏସ ଡି ପି ଓ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।
ସୁନ୍ଦରଗଡ ସହରରେ ଦିନକୁଦିନ ଡ୍ରଗ୍ସ କାରବାର ବୃଦ୍ଧି ପାଇବାରେ ଲାଗିଛି । ଯାହାର କବଳରେ ଯୁବପିଢି ଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ମାଡି ଯାଉଥିବା ଅଭିଯୋଗ ହେଉଛି। ସଦର ଥାନା କିରେଇ ଅଞ୍ଚଳ ର ଜଣେ ମହିଳା ନିୟମିତ ଭାବେ ଏହି ସବୁ କାରବାରରେ ଲିପ୍ତ ଥିବା ଅଭିଯୋଗ ହୋଇଆସୁଥିଲା । ଦୀର୍ଘ ଦିନରୁ ଏହି ମହିଳା ପତ୍ରାପଡ଼ା ଅଞ୍ଚଳ କୁ ଆସି ଡ୍ରଗ୍ସ ସପ୍ଲାଏ କରୁଥିବା ଲୋକେ ସନ୍ଦେହ କରୁଥିଲେ। ଆଜି ମଧ୍ୟ ସେ ଆସିଥିବା ବେଳେ ସ୍ଥାନୀୟ ଲୋକେ ଏକତ୍ରିତ ହୋଇ ଉକ୍ତ ମହିଳାଙ୍କୁ ଧରିବା ସହ ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ଘଣାସ୍ଥଳରେ ଟାଉନ ଥାନା ପୋଲିସ ଏବଂ ସଦର
ଏସ ଡି ପି ଓ ପହଞ୍ଚି ଉକ୍ତ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛନ୍ତି ।

0
0
0
s2sdefault