ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର ୨୭ ବର୍ଷିୟ ଯୁବକ ଜିତୁ ମହାନ୍ତି, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତ ମାର୍ଚ୍ଚ ୧୨ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ଦୁର୍ଭାଗ୍ୟବଶତଃ, ସେ ଗତ ୧୫ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ପରିବାର ସଦସ୍ୟ ଏଭଳି ଦୁଃଖଦ ପରିସ୍ଥିତିରେ ଭାଙ୍ଗି ପଡ଼ିଥିଲେ ଏବଂ ଜିତୁଙ୍କ ମୃତଶରୀର ତାଙ୍କ ଘରକୁ ଫେରାଇ ଆଣିବାକୁ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କୁ ଅନୁରୋଧ କରିଥିଲେ । ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ଠାରୁ ଖବର ପାଇ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ଏବଂ ଏକ ଆମ୍ବୁଲାନ୍ସ ଯୋଗେ ଜିତୁଙ୍କ ମୃତଶରୀରକୁ ଶ୍ରୀକାକୁଲମ୍ ରୁ ସାନଖେମୁଣ୍ଡି ଫେରାଇ ଅଣାଯାଇଥିଲା । ସାନଖେମୁଣ୍ଡିରେ ପାର୍ଥିବଶରୀର ପହଞ୍ଚିଲା ପରେ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ ହୋଇଥିଲା ।