ହେଡଲାଇନସ୍:

ବିଭତ୍ସ ହତ୍ୟାକାଣ୍ଡ ; ପୁରୀରେ ଚାଞ୍ଚଲ୍ୟ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଫୁଟିଲା ଗୁଳି ବୁଲିଲା କଟୁରୀ

ପୁରୀ(ଅନିମେଶ ପଟ୍ଟନାୟକ): ପୁଣି ଅଶାନ୍ତ ପୁରୀ ସହର । ଦୁଇଟି ପୃଥକ ହତ୍ୟାକାଣ୍ଡକୁ ନେଇ ଖେଳିଯାଇଛି ଚାଞ୍ଚଲ୍ୟ । ଗୋଟେ ପଟେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଏକ ଘଟଣାରେ ପୁଅର କଟୁରି ଚୋଟରେ ମାଆର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ବୁଧବାର ପୂର୍ବାହ୍ନରେ ଦୃବୁର୍ତ୍ତଙ୍କ ଗୁଳିମାଡରେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ହୋଇଛି । ଟାଉନ ଥାନା ଅନ୍ତର୍ଗତ ବାରବାଟୀ ଜାଗା ନିକଟରେ କୃଷ୍ଣଚନ୍ଦ୍ରଙ୍କୁ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି । ଗୁରୁତ୍ତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ବଡମେଡିକାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ସତ୍ରୁତାରୁ ଏଭଳି କାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଅନ୍ୟ ପଟେ ପୃଥକ ଏକ ଘଟଣାରେ ପୁଅର କଟୁରୀ ଚୋଟରେ ଚାଲିଯାଇଛି ମାଆର ଜୀବନ । ଘଟଣାଟି ଘଟିଛି ପୁରୀ ବାଲିଘାଟ ଅଞ୍ଚଳର ଶୁଭଦ୍ରା ନଗରରେ । ଘରୋଇ କଳହରୁ ଉତ୍ଯକ୍ତ ହୋଇ ଅଭିଯୁକ୍ତ ନିଜ ମାଆ, ସ୍ତ୍ରୀ, ଭାଇ, ବାପାଙ୍କୁ କଟୁରୀରେ ଆକ୍ରମଣ କରିଥିଲା । ଘଟଣାରେ ମାଆର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସଦସ୍ଯ ମାନେ ଆହତ ହୋଇଛନ୍ତି । ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ ଚାଲୁ ରଖିଛି ।

0
0
0
s2sdefault