ହେଡଲାଇନସ୍:

୨୧ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉମରକୋଟ-ଜିତେନ୍ଦ୍ର ମହାନ୍ତି-ଉମରକୋଟ ଅଂଚଳରେ ଦିନକୁ ଦିନ ଗଞ୍ଜେଇ ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ବଢି ଚାଲିଥିବା ବେଳେ ପୋଲିସ ଆଖିରେ ଧୂଳି ଦେଇ ବିଭିନ୍ନ ଉପାୟରେ ବେପାରୀ ସବୁଜ ଜହର ଚୋରା କାରବାର ଚଳାଇଛନ୍ତି। ଏହିପରି ପୋଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ସହର ମଧ୍ୟରେ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଉମରକୋଟ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା ମାଛକୁଣ୍ଡର ସୁନାଧର ଖରା(୩୨) ଓ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କୁମୁଲି ଗ୍ରାମର ସୁଖଚାନ୍ଦ ଭତ୍ରା(୨୦) । ବାଇକ ଯୋଗେ ୨୧ କିଲୋ ଗଞ୍ଜେଇକୁ ଆନ୍ଧ୍ରରୁ ରାଇଘର ନେଇ ଯାଉଥିବା ସମୟରେ ଦରଗାଗୁଡା ନିକଟରେ ଏସ୍ଡିପିଓ  ଡ଼ ଦୀନେଶ ନାୟକଙ୍କ ଗାଡି ହାବୁଡ଼ରେ ପଡ଼ିଯାଇଥିଲେ ।ଏସ୍ଡିପିଓ ସେମାନଙ୍କୁ ଫିଲ୍ମ ସ୍ଟାଇଲ ରେ ଯୁବକଙ୍କୁ ଗିରଫ କଲେ ଉମରକୋଟ ପୋଲିସ ଗଞ୍ଜେଇକୁ ଜବତ କରିବା ସହ ଉମରକୋଟ ଥାନା କେସ ନମ୍ବର ୯୭/୨୨ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୨ଟି ମୋଟର ସାଇକେଲ (ଓଡି ୧୦ ଏନ ୧୩୦୯, ଓଆର ୧୦ ୭୬୮୯), ୨ଟି ମୋବାଇଲ ଓ ୨୧ କେଜି ଗଞ୍ଜେଇ ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

0
0
0
s2sdefault