ବରଗଡ :- ଗୁରୁବାର ସନ୍ଧ୍ୟା ସମୟରେ ପାଇକମାଲ ଗ୍ରାମର ସଡକପଡା ର ଜଣେ ଯୁବତୀ ଙ୍କୁ ପାଇକମାଲ ଡାକ୍ତରଖାନା କୁ ଅଣା ଯାଇଥିଲା ।ଯୁବତୀ ଜଣକୁ ଦେଖିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣା ପଡିଥିଲା । ଏହାପରେ ପାଇକମାଲ ପୋଲିସ ଘଟଣା ସ୍ଥଳକୁ ପହଂଛି ତଦନ୍ତ ଆରମ୍ଭ କରିଥିଲା ।
ପ୍ରାପ୍ତ ସୂଚନା ମୁତାବକ ସଡ଼କପଡା ନିବାସୀ 19 ବର୍ଷୀୟ ଜଣେ ଯୁବତୀ ନିଜ ରୁମରେ କବାଟ ବନ୍ଦ କରି ରହିଥିଲେ । ସନ୍ଧ୍ୟାରେ ତାଙ୍କର ଭାଉଜ ତାଙ୍କୁ ଲାଇଟ ଜଳେଇବା ପାଇଁ ଡାକିଥିଲେ । ଯୁବତୀ ଜଣକ କୋଣସି ଉତ୍ତର ନ ଦେବାରୁ ଘର ଲୋକଙ୍କୁ ଡାକି କବାଟ ଭାଙ୍ଗି ଦେଖିବାକୁ ପାଇଲେ ଯେ ଯୁବତୀ ଜଣକ ବେକରେ ଓଢଣୀ ବାନ୍ଧା ହୋଇଥିବା ଅବସ୍ଥାରେ ଝୁଲୁଛି । ତାକୁ ତଳକୁ ଆଣି ତୁରନ୍ତ ହସ୍ପିଟାଲ କୁ ନିଆଯାଇଥିଲା । ହେଲେ ଡାକ୍ତରଖାନାରେ ଯୁବତୀ କୁ ମୃତ ବୋଲି ଘୋଷଣା କରାଯାଇଥିଲା । ଆତ୍ମହତ୍ୟା କରିବାର ପ୍ରକୃତ କାରଣ ଜଣା ପଡିନଥିଲେ ସୁଦ୍ଧା ଯୁବତୀର ବିବାହ ଠିକ ହୋଇଥିବା ପରେ ପୁଅ ସହିତ ତାର କୋଣସି ମନୋମାଳିନ୍ୟ ହୋଇଥିବା ଓ ଯାହାଫଳରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ଯୁବତୀର ଭାଇ କହିଛନ୍ତି । ପାଇକମାଲ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଡାକ୍ତରଖାନାର କୁ ପଠାଇ ଥିବା ଓ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ କହିଛନ୍ତି ।
ଅଘଟଣ
ବେକରେ ଓଢଣୀ ଦେଇ ଯୁବତୀଙ୍କ ଆତ୍ମହତ୍ୟା
- Hits: 1708