ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଗ୍ରାମର ସ୍ୱର୍ଗତ ବିମ୍ବାଧର ମଳିକଙ୍କ କନିଷ୍ଠପୁତ୍ର ଦିଲ୍ଲୀପ କୁମାର ମଲ୍ଲିକ (୨୮) ଗତ ୧୦ ଦିନ ହେବ ନିଖୋଜ ହୋଇଥିବା ତାଙ୍କ ମାଆ ଶରଳା ମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି । ଫେବୃୟାରୀ ୧୩ ତାରିଖ ଦିନ ଅପରାହ୍ନ ୨ଟାରେ ସେ ବଜାରକୁ ଆସି ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନ ଓ ବନ୍ଧୁବାନ୍ଧବ ଘରେ ଖୋଜାଖୋଜି କରିଥିଲେ ମଧ୍ୟ ତାର ସନ୍ଧାନ ମିଳୁ ନାହିଁ । ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ତାଙ୍କ ମାଆ ପ୍ରକାଶ କରିଛନ୍ତି । ପୁଅକୁ ପାଇବା ପାଇଁ ମାଆ ବାରମ୍ବାର ଥାନାକୁ ଦୌଡି ନୟାନ୍ତ ହେଉଥିଲା ବେଳେ ଥାନା ବାବୁ ପୁଅକୁ ଖୋଜିବା ପାଇଁ ଖର୍ଚ୍ଚ ମାଗୁଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ପରିବାର ପକ୍ଷରୁ ଦାବି ହୋଇଛି ।