ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର
ବରଗଡ :- ଆଜି ପାଇକମାଳ UCO ବ୍ୟାଙ୍କ ସମ୍ମୁଖରେ ପାଖାପାଖି ୧୨ଟା ୩୦ ମିନିଟ ସମୟ ରେ ପଦ୍ମପୁର ପଟୁରୁ ପାଇକମାଳକୁ ଆସୁଥିବା OD17 Q 2711 ନମ୍ବର ବାସରୁ ଓହ୍ଲାଇ ଥିଲେ ଏବଂ ଓହ୍ଲାଇ କି ବସ ସାମ୍ନା ପଟୁ ରୋଡ଼ କ୍ରସ କରିବାକୁ ଚେଷ୍ଟା କରିଥିଲେ । ଠିକ୍ ଏହି ସମୟରେ ବସ ଚାଳକ ତାହା ଜାଣି ନ ପାରି ବସକୁ ଆଗକୁ ବଢ଼ାଇ ଦେଇ ଥିଲେ | ଫଳରେ କଳ୍ପନା ପଟେଲ ବସ ଚକ ତଳେ ପଡିଯାଇଥିଲେ ଏବଂ ବସର ଚକ କଳ୍ପନା ର ଗୋଡ଼ ଉପରେ ମାଢି ଗଲା ଫଳରେ କଳ୍ପନା ର ବାମ ଗୋଡ ଟି ଛିଣ୍ଡି ଯିବା ସହ ତାଙ୍କ ଦେହର ଅନ୍ୟ ସ୍ଥାନ ମାନଙ୍କରେ ଅନେକ ଆଘାତ ମଧ୍ୟ ଲାଗିଛି I ସେହି ସମୟରେ ସେହି ସ୍ଥାନରେ ଉପସ୍ଥିତ ଥିବା ବରିଷ୍ଠ ସାମ୍ବାଦିକ ବଡ଼ ଶତପଥୀ, ମୂଜାଫର ହୁସେନ, ସୋନୁ ହୁସେନ, ଓଡ଼ିଶା ମୋଟର ଚାଳକ ସଂଘର ଉଗ୍ରସେନ ସାହୁ , ଟିକୁ ପ୍ରଧାନ ଓ ହିମାଂଶୁ ପ୍ରମୁଖ ସଙ୍ଗେ ସଙ୍ଗେ ପହଞ୍ଚି କଳ୍ପନା କୁ ବସ ଚକରୁ ବାହାରକୁ ବାହାର କରିଥିଲେ । ଏହାପରେ ଆମ୍ବୁଲାନ୍ସର ବ୍ୟବସ୍ତା କରି ତାକୁ ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ଖବର ପାଇବା ମାତ୍ରେ ପାଇକମାଳ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଓ SI ଚୁମକିପ୍ରଭା ନାଥ ଓ ଅନ୍ୟ ଅଧିକାରୀ ଗଣ ଘଟଣା ସ୍ଥଳେ ପହଂଚି ଥିଲେ । ଘଟଣା ସ୍ଥଳରେ ଆକ୍ରୋଶ ଜନଗହଳିକୁ ନିୟନ୍ତ୍ରଣ କରିବା ସହ ବସକୁ କାବୁ କରି ଥାନା କୁ ଆଣିଥିଲେ ପାଇକମାଳ ପୋଲିସ । ପ୍ରାପ୍ତ ସୂଚନା ଅନୁସାରେ ଦୁର୍ଘଟଣା ଘଟାଇଥିବା ବସ ର ଚାଳକ ବସ ଛାଡି ଘଟଣା ସ୍ଥଳରୁ ଫେରାର ମାରି ଦେଇଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ କଳ୍ପନାର ଅବସ୍ଥା ଗୁରୁତର ଥିବାରୁ ତାକୁ ପ୍ରଥମେ ପାଇକମାଳ ପରେ ଉପଖଣ୍ଡ ଚିକିତ୍ସାଳୟ ପଦ୍ମପୁର ଏବଂ ପଦ୍ମପୁର ରୁ ବୁର୍ଲା ଡ଼ାକ୍ତରଖାନା ନିଆଯାଇଥିବା ସୂଚନା ମିଳିଛି । କଳ୍ପନାର ପିତା ବିହାରିଲାଲ ଗୋଟେ ଛୋଟ ଠେଲା କରି ସେଥିରେ ବିଭିନ୍ନ ସାମଗ୍ରୀ ବିକ୍ରୀ କରି ନିଜ ପରିବାର ପ୍ରତିପୋଷଣ କରନ୍ତୁ ।ତାଙ୍କ ଝିଅର ଗୋଡ଼ ଛିଣ୍ଡି ଯାଇଥିବା ଶୁଣି ସେ ମଧ୍ୟ ଅତ୍ୟଧିକ ଚିନ୍ତାରେ ପଡିଯାଇଛନ୍ତି ବୋଲି ଜଣାପଡିଛି ।