ହେଡଲାଇନସ୍:

ବ୍ଲକ ନିର୍ବାଚନ ଅଧିକାରୀ ଷ୍ଟ୍ରଙ୍ଗ ରୁମ୍ ମୁଖ୍ୟ ଫାଟକ ଖୋଲିବା ପ୍ରତିବାଦରେ ରାସ୍ତାରୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କଟକ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ସିସିଟିଭି ଫୁଟେଜ ଯାଞ୍ଚ

  • ଷ୍ଟ୍ରଙ୍ଗ ରୁମ୍ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ପାଢ଼ୀ): ନିଶ୍ଚିନ୍ତକୋଇଲି ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଶେଷ ହେବା ପରେ ପଂଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ର ଷ୍ଟ୍ରଙ୍ଗ୍ ରୁମ୍ରେ ୫ଟି ଜୋନ୍ ତଥା ୪୧ ଗୋଟି ପଂଚାୟତରେ ଥିବା ୫୯୦ଟି ୱାର୍ଡର ଭୋଟ୍ ବାକ୍ସ ଗୁଡିକ ସୁରକ୍ଷିତ ଅବସ୍ଥାରେ ଅଛି । ରାଜ୍ୟ ନିର୍ବାଚନ କମିଶନଙ୍କର ନୀତି ନିୟମ ଏବଂ ଜିଲ୍ଲାପାଳଙ୍କ ନିଦେ୍ର୍ଧଶ କ୍ରମେ ବ୍ଲକ ନିର୍ବାଚନ ଅଧିକାରୀ କର୍ଣ୍ଣଦେବ ସମାଦ୍ଧାର ଏହି ଭୋଟ୍ ବାକ୍ସ ଗୁଡିକୁ ସଠିକ୍ ଢଙ୍ଗରେ ସୁରକ୍ଷିତ ଭାବେ ୧୮ ତାରିଖ ରାତି ଠାରୁ ରଖିଛନ୍ତି । ହେଲେ ଗତ ୧୯ ତାରିଖ ଦିନ ଷ୍ଟ୍ରଙ୍ଗ୍ ରୁମ କୋଠାଘର ଚତୁଃପାଶ୍ୱର୍ରେ ଉଜ୍ଝ୍ୱଳ ଆଲୋକୀକରଣ କରିବା ଏବଂ ଅଧିକ ସୁରକ୍ଷା କର୍ମୀ ଜଗିବା ଏବଂ ସିସି କ୍ୟାମେରା ର ମନିଟର ବାହାରକୁ ପ୍ରଦର୍ଶିତ କରିବା ଦାବି ନେଇ ସୁକରପଡା ବଜାରରେ ଜନସାଧାରଣ ରାସ୍ତାରୋକ କରିଥିଲେ । ସେହିଦିନ ସଙ୍ଗେସଙ୍ଗେ ଷ୍ଟ୍ରଙ୍ଗରୁମ୍ ର ଚତୁଃପାଶ୍ୱର୍କୁ ଉଜ୍ଜ୍ୱଳୀ ଆଲୋକୀକରଣ କରାଯାଇଥିବା ବେଳେ ଅଧିକ ସୁରକ୍ଷାକର୍ମୀ ମଧ୍ୟ ଫାଟକ ପାଖରେ ଜଗିବା ପାଇଁ ବ୍ୟବସ୍ଥା ହୋଇଥିଲା । ରବିବାର ଅପରାହ୍ନରେ ବିଡିଓ ଶ୍ରୀ ସମାଦ୍ଧାର ସି ସି କ୍ୟାମେରା ମନିଟରକୁ ବାହାର ପାର୍ଶ୍ୱକୁ ବୁଲାଇବା ପାଇଁ ଷ୍ଟ୍ରଙ୍ଗରୁମ୍ ର ମୁଖ୍ୟ ଫାଟକକୁ ଖୋଲି ଭିତରକୁ ପଶିବା ମାତ୍ରକେ ସେଠାରେ ଜଗିରହିଥିବା କେତେକ ପ୍ରାର୍ଥୀଙ୍କ ସହଯୋଗୀମାନେ କାହିଁକି ଷ୍ଟ୍ରଙ୍ଗରୁମ ମୁଖ୍ୟଫାଟକ ଖୋଲାଗଲା ବୋଲି ବିଡିଓଙ୍କୁ ପ୍ରଶ୍ନ କରି ହୋ ହାଲ୍ଲା କରିଥିଲେ । ଷ୍ଟ୍ରଙ୍ଗରୁମରେ ଥିବା ଭୋଟବାକ୍ସକୁ ବଦଳାଇବା ପାଇଁ ବିଡିଓ ଏଭଳି କରିଥିବା ଅଭିଯୋଗ କରି ବ୍ଲକ ର ବିଭିନ୍ନ ପଂଚାୟତ ରୁ ବହୁ ପ୍ରାର୍ଥୀ ଏବଂ ସେମାନଙ୍କର ସହଯୋଗୀ ମାନେ ଉପସ୍ଥିତ ହୋଇ ବିଡିଓଙ୍କୁ ଷ୍ଟ୍ରଙ୍ଗ୍ ରୁମ୍ ଫାଟକ ପାଖରୁ ବାହାରକୁ ବାହାରିବା ପାଇଁ ସୁଯୋଗ ନଦେଇ ସେହିଠାରେ ଅଟକ ରଖିଥିଲେ । ସେଠାରେ ଉପସ୍ଥିତ ଜନସାଧାରଣ ବିଡିଓଙ୍କୁ ବହୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜକରିବା ସହିତ କଣ ପାଇଁ ଷ୍ଟ୍ରଙ୍ଗ୍ ରୁମ୍ ଫାଟକ ଖୋଲାଯାଇଛି ତାର ପ୍ରତିବାଦ କରି ପି ପି କଲେଜ ସମ୍ମୁଖରେ କଟକ- ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ ।

ଦୀର୍ଘ ଦୁଇ ଘଂଟା କାଳ ରାସ୍ତା ଅବରୋଧ ହେବାରୁ ଉଭୟ ପାର୍ଶ୍ୱରେ ଶହଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିବା ବେଳେ ଜନ ସାଧାରଣ ଯାତାୟତ ପାଇଁ ହଇରାଣ ହରକତ ହୋଇଥିଲେ । ଖବର ପାଇ ଅତିରିକ୍ତ ତହସିଲଦାର କ୍ରିଷ୍ଣା ପାଢୀ, ଆଇଆଇସି ଚିନ୍ମୟୀ ସାହୁ ଘଟଣାସ୍ଥଳରେ ପହଂଚି ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ତାଙ୍କର କଥାକୁ ଭୃକ୍ଷେପ ନକରି ଅଧିକ ଉତେଜିତ ହୋଇ ଶାସନକଳକୁ ଗାଳିଗୁଲଜ କରିଥିଲେ । ଘଟଣା ଅଣଆୟତ ହେବାରୁ ସାଲେପୁର ଆଇଆଇସି , ନେମାଳ ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ଅବରୋଧକାରୀ ମାନେ ରାସ୍ତାରୁ ନହଟି ଉପଜିଲ୍ଲାପାଳଙ୍କୁ ଆସିବା ପାଇଁ ଦାବି କରିଥିଲେ । କଟକ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଘଟଣାସ୍ଥଳରେ ପହଂଚି ଉପସ୍ଥିତ ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିବା ପରେ ସେମାନେ ବିଡିଓଙ୍କ ବଦଳି ଏବଂ ଷ୍ଟ୍ରଙ୍ଗ୍ ରୁମ୍ ଓ ଭୋଟ ବାକ୍ସ ର ଜଉମୁଦ ଠିକ୍ ଅଛି କି ନାହିଁ ଦେଖିବା ପାଇଁ ଦାବି କରିଥିଲେ । ଉପ ଜିଲ୍ଲାପାଳ ଷ୍ଟ୍ରଙ୍ଗ୍ ରୁମରେ ଲାଗିଥିବା ସିସି କ୍ୟାମେରା ର ସମସ୍ତ ଫୁଟେଜ୍ ପେନ୍ ଡ୍ରାଇଭ ମାଧ୍ୟମରେ ପ୍ରାର୍ଥୀ ମାନଙ୍କୁ ତଥା ନିର୍ବାଚନ କମିଶନଙ୍କୁ ଦେବେ ଏବଂ ଗଣତି ପୂର୍ବରୁ ଷ୍ଟ୍ରଙ୍ଗ୍ ରୁମର ସିଲ୍ ଗୁଡିକୁ ପ୍ରାର୍ଥୀମାନଙ୍କୁ ଦେଖାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଜନସାଧାରଣଙ୍କ ଦାବି ମୁତାବକ ଭୋଟ ଗଣତି ଦିନ ପର୍ଯ୍ୟନ୍ତ ଏହି ରୁମ୍ ମଧ୍ୟକୁ କେହିବି ପ୍ରବେଶ କରିପାରିବେ ନାହିଁ । ତେବେ ପ୍ରଶାସନ ତରଫରୁ ଲୋକମାନଙ୍କ ଦାବି ମୁତାବକୁ ମୁଖ୍ୟ ଫାଟକରେ ତାଲା ପକାଯାଇଥିଲା ତା’ପରେ ରାସ୍ତା ଅବରୋଧକାରୀ ମାନେ ଶାନ୍ତ ପଡିଥିଲେ ।

0
0
0
s2sdefault