ହେଡଲାଇନସ୍:

ବରିଷ୍ଠ ଚିକିତ୍ସକଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର(ସିଦ୍ଧେଶ୍ୱର ସାହୁ ) କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ବରିଷ୍ଠ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ପରମେଶ୍ବର କଳାଙ୍କ ହୃଦଘାତରେ ପରଲୋକ ଘଟିଛି । ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତାଙ୍କ ହୁଡକୋସ୍ଥିତ ବାସଭବନରୁ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତର କଳା ଅନେକ ଦିନରୁ କେନ୍ଦୁଝରଠାରେ ଅବସ୍ଥାନ କରି ରୋଗୀ ଚିକିତ୍ସା କରି ଆସୁଥିଲେ । ସେଥିଲାଗି ସେ ସମସ୍ତଙ୍କ ପ୍ରିୟ ଥିଲେ । ଅବସର ପରେ ଡିଏମଫ ତରଫରୁ ମୁଖ୍ୟ ଡାକ୍ତରଖାନାରେ ପୁଣି କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁରେ କେନ୍ଦୁଝର ସହର ତଥା ମୁଖ୍ୟ ଡାକ୍ତରଖାନାରେ ଶୋକର ଛାୟା ଖେଳି ଯାଇଛି ।

0
0
0
s2sdefault