କେନ୍ଦୁଝର/ସିଦ୍ଧେଶ୍ୱର ସାହୁ : କେନ୍ଦୁଝର ସହର ଥାନା ଛକରେ ଥିବା ୟୁନିଅନ୍ ବ୍ୟାଙ୍କ୍ ଶାଖା ଯାହା ଅତୀତରେ ଆନ୍ଧ୍ରା ବ୍ୟାଙ୍କ୍ ଶାଖା ଥିଲା ତାହାର ଗ୍ରାହକ ସେବା ବିଷୟରେ ଏକ ରୋଚକ ଖବର ଆସିଛି । ଏହି ବ୍ୟାଙ୍କ୍ ଶାଖାରେ ମୋନିକା ସିଂ ନାମ୍ନୀ ଜଣେ ସ୍ଥାନୀୟ ମହିଳାଙ୍କ ଜମାଖାତା ନମ୍ୱର୍ 129910100050181ରୁ ବ୍ୟାଙ୍କ୍ ପରିଚାଳକ ଥିବା ଉପେନ୍ଦ୍ର ନାଥ ଜେନା 2ଟି ଚେକ୍ ମାଧ୍ୟମରେ ନଜଣେନେଇ 10ଲକ୍ଷ 71ହଜାର ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।ଏହି କଥା ଡେରିରେ ଜାଣିବା ପରେ ଶ୍ରୀମତି ସିଂ ତଳୁ ଉପର ଯାଏ ବ୍ୟାଙ୍କ କର୍ତ୍ତୃପକ୍ଷ ଠାରୁ କେନ୍ଦ୍ରମନ୍ତ୍ରୀ ଯାଏ ଅଭିଯୋଗ ପତ୍ର ଦେଇ ସାରିବା ପରେ ମଧ୍ୟ ନ୍ୟାୟ ପାଇ ନାହାଁନ୍ତି । ବରଂ ଟଙ୍କା ଫେରାଇ ନ୍ୟାୟ ଦେବା ବଦଳରେ ବ୍ୟାଙ୍କ୍ ଋଣ ନଶୁଝିବା ଅଭିଯୋଗରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଡିଆରଟି ରେ ଏକ କେଶ୍ କରି ଶ୍ରୀମତି ସିଂ ଙ୍କ ସମ୍ପତ୍ତିବାଡ଼ି ନିଲାମ କରିବାକୁ ବସିଛନ୍ତି । ଏହା ମଧ୍ୟରେ ସେହି ଥାନା ଛକରେ ଥିବା ତାଙ୍କର ଏକ ମୂଲ୍ୟବାନ ଜମିକୁ ଶାଗମାଛ ଦରରେ ବିକି ଦେଇ ସାରିଛନ୍ତି ଅଭିଯୋଗ ହେଲାଣି । ଏଥିରେ ହତାଶ ହୋଇ ତାଙ୍କ ପତି ସଞ୍ଜୀବ ସିଂ ଗୁରୁତର ଅସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇ ତଳିତଳାନ୍ତ ହୋଇ ସାରିଲେଣି । ଏହି ଘଟଣାର ବ୍ୟାଙ୍କ୍ ଲୋକପାଳ ତଦନ୍ତ କଲାପରେ ବ୍ୟାଙ୍କ୍ ଏହି ଘଟଣାର ମୁଖ୍ୟ ଖଳନାୟକ ପୂର୍ବତନ ପରିଚାଳକ କିଶୋର ଚନ୍ଦ୍ର ନାୟକଙ୍କୁ ସୁରକ୍ଷା ଦିଆ ଦେଉଛି ଏହି ଘଟଣାକୁ ଟଙ୍କା ହଡ଼ପ ବଦଳରେ ଅନିଚ୍ଛାକୃତ ତ୍ରୁଟି ଦର୍ଶାଇ ଖସି ଯିବାକୁ ସୁଯୋଗ ଦେଉଛି । ଏପରିକି ଏବେ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠିକୁ ମଧ୍ୟ ବ୍ୟାଙ୍କ୍ କର୍ତ୍ତୃପକ୍ଷ ବେଖାତିର କରି ଉତ୍ତର ଦେଉନାହାନ୍ତି । ତେଣୁ ସବୁ ଆଡୁ ନ୍ୟାୟ ନପାଇ ଏବେ ସିଂ ଦମ୍ପତ୍ତି ହତାଶ ହୋଇ ଶେଷରେ ବାଧ୍ୟ ହୋଇ ନ୍ୟାୟ ଓ ଟଙ୍କା ଫେରି ପାଇବାକୁ ବ୍ୟାଙ୍କ୍ ଶାଖା ସାମ୍ନାରେ ଧାରଣା ଦେବେ ବୋଲି କହିଛନ୍ତି । ସାଧାରଣରେ ମଧ୍ୟ ତୁରନ୍ତ ନ୍ୟାୟ ପ୍ରଦାନ ଲାଗି ବୋଲି କହିଛନ୍ତି । ସାଧାରଣରେ ମଧ୍ୟ ତୁରନ୍ତ ନ୍ୟାୟ ପ୍ରଦାନ ଲାଗି ଦାବୀ ହେଲାଣି ।
ଅଘଟଣ
କେନ୍ଦୁଝର ଆନ୍ଧ୍ରା ବ୍ୟାଙ୍କ୍ ମହାଦୁର୍ନୀତିକୁ ସୁରକ୍ଷା ଦେଉଛି ୟୁନିଅନ ବ୍ୟାଙ୍କ୍ !
- Hits: 649