ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ସହରରେ ଦ୍ରୁତ ବାଇକ ଚାଳକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦ୍ରୁତ ବାଇକ ଚାଳନା ଦ୍ବାରା ସାଧାରଣ ଜନତା ଦୁର୍ଘଟଣାର ଶୀକାର ହେବା ସହ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏଭଳି ଦ୍ରୁତ ବାଇକ ଚାଳକ ମାନଙ୍କୁ ସାବାଡ଼ କରିବା ପାଇଁ ପଦ୍ମପୁର ପୋଲିସ ଅଭିଯାନ ଆରମ୍ଭ କରିଛି । ଆଜି ସନ୍ଧ୍ୟା ସମୟରେ ଗୋଟିଏ ବାଇକ( OD 15 S T 5459 ) ଦ୍ରୁତ ଗତିରେ ଆସୁଥିବା ସମୟରେ ପଦ୍ମପୁର ପୋଲିସ ଓ ବରଗଡ଼ ଆରଟିଓ କାବୁ କରିଥିଲେ । ବାଇକଟି ହେଉଛି ପଦ୍ମପୁର ସହର ଉତ୍କର୍ଷ ସାହୁଙ୍କ ଏବଂ ଏହି ବାଇକକୁ ପଦ୍ମପୁର ସହରର କରମଜିତ ସିଂ ଗିଲ ଦ୍ରୁତ ବେଗରେ ଚଲାଉଥିବା ସମୟରେ ତାଙ୍କୁ ପୋଲିସ ଓ ଆରଟିଓ କର୍ତୃପକ୍ଷ କାବୁ କରିଥିଲେ | ତାଙ୍କ ଉପରେ ୧୬୦୦୦ ଟଙ୍କା ଫାଇନ କରିଥିଲେ । ଫାଇନ ନ ଦେବା ଯାଏଁ ଗାଡି ଥାନାରେ ରହିବ ବୋଲି ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ସୂଚନା ଦେଇଛନ୍ତି ।
ଅଘଟଣ
ଦ୍ରୁତ ଗାମୀ ବାଇକ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ୧୬୦୦୦ ଫାଇନ, ଗାଡି ଅଟକ ।
- Hits: 4918