ହେଡଲାଇନସ୍:

Breaking : ସମସ୍ତଙ୍କୁ ସ୍ତବ୍ଧ କରି ଚାଲିଗଲେ କୋକିଳ କଣ୍ଠୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁମ୍ବାଇ : ନିରବିଗଲା ସେଇ ଅମୃତ ସ୍ୱର | ଅଗଣିତ ସଂଗୀତ ପ୍ରେମୀଙ୍କୁ ଶୋକ ସାଗରରେ ଭସେଇ ଦେଇ ଆରପାରିକୁ ଚାଲିଯାଇଛନ୍ତି ଖ୍ୟାତନାମା କଣ୍ଠଶିଳ୍ପୀ କୋକିଳକଣ୍ଠୀ ଲତା ମଙ୍ଗେସକର | ରବିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ 92 ବର୍ଷ ହୋଇଥିଲା। ନାଇଟିଙ୍ଗଲ ଅଫ୍ ଇଣ୍ଡିଆ ନାମରେ ପରିଚିତ ଲତା ଜୀଙ୍କୁ ଜାନୁଆରୀରେ କୋଭିଡ -୧୯ ଏବଂ ନିମୋନିଆରେ ଆକ୍ରାନ୍ତ ହୋଇ ଅସୁସ୍ଥ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା | ଡାକ୍ତରଙ୍କ ଶତ ଉଦ୍ୟମ ସତ୍ତ୍ୱେ ଆଜି ସକାଳେ ସେ ଇହଧାମ ସମ୍ବରଣ କରିଛନ୍ତି |

"ତୁମ ମୁଝେ ୟୁ ଭୁଲାନା ପାଙ୍ଗେ, ଜବ କଭୀ ଶୁନୋଗେ ଗୀତ ମେରୀ" | ଲତାଜୀଙ୍କ ଅଗଣିତ ଲୋକପ୍ରିୟ ମହୁବୋଳା ଗୀତ ଭିତରୁ ସବୁଦିନ ପ୍ରଯୁଜ୍ୟ ହୋଇ ରହିଗଲା ଏଇ ଗୀତାର ମୁଖଡାଟି |   ସତରେ ଲତାଜୀଙ୍କୁ କେହି ଭୁଲି ପାରିବେନି , ତାଙ୍କର  ଗୀତ  ଯେତେଦିନ ପର୍ଯ୍ୟନ୍ତ ଗୂଂଜରୁଥିବ, ସେତେଦିନ ଯାଏ ସେ ଅମର ଥିବେ କୋଟି କୋଟି ହୃଦୟରେ | 

0
0
0
s2sdefault