ବରଗଡ :- ଆଜି ସକାଳରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଭୁଲିଆବନ୍ଧ ଗ୍ରାମ ନିକଟରେ ବିଜୁ ଏକ୍ସପ୍ରେସ ୱେ କଡରେ ମାଓବାଦୀ ମାନଙ୍କର ଦ୍ୱାରା ବ୍ୟାନର ଲଗା ଯାଇଥିବା ଦେଖିବାକୁ ମିଳିଛି । ପଞ୍ଚାୟତ ନର୍ବାଚନ ପୂର୍ବରୁ ହଠାତ ଏହି ଭଳି ଘଟଣା ଲୋକଙ୍କୁ କିଛିଟା ବ୍ୟସ୍ତ କରୁଥିବାର ଦେଖିବାକୁ ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ ବହୁ ଦିନ ପରେ ପୁଣି ଥରେ ମାଓବାଦୀ ମାନେ ଏହି ଅଂଚଳରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏହି ନିର୍ବାଚନକୁ ବହିଷ୍କାର କରିବା ପାଇଁ ଏହି ବେନର ମାଧ୍ୟମରେ ବରଗଡ଼ ବଲାଙ୍ଗୀର ମହାସମୁନ୍ଦ ଡିଭିଜନ ତରଫରୁ ଲୋକଙ୍କୁ କୁହା ଯାଇଥିବା ଦେଖିବାକୁ ମିଳୁଛି । ତେବେ ପୋଲିସ ଘଟଣା ସ୍ଥଳକୁ ପହଂଛି ବେନର କୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।
ଅଘଟଣ
ଗନ୍ଧମାର୍ଦ୍ଦନ ରେ ପୁଣି ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ
- Hits: 2116