ହେଡଲାଇନସ୍:

ଗହଣା ଦୋକାନରେ ଡକାୟତି ଯୋଜନାକୁ ପଣ୍ଡ କଲା ଉଦିତନଗର ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩ ଗିରଫ , ଦୁଇଟି ପିସ୍ତଲ , ଖଣ୍ଡା ଆଦି ଜବତ।

ରାଉରକେଲା,(ବସନ୍ତ ଜେନା):ରାଉରକେଲା ଉଦିତନଗର ଅଞ୍ଚଳରେ ଏକ ଗହଣା ଦୋକାନରେ ଏବଂ ଅନ୍ୟଜଣେ ବ୍ୟବସାୟୀ ଙ୍କ ଘରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ତିନିଜଣ ଅପରାଧୀ ପୋଲିସ ହାତରେ ଧରା ପଡିଛନ୍ତି। ଅନ୍ୟ ତିନି ଚାରି ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।
ଗିରଫ ଡକାୟତଙ୍କ ଠାରୁ ପୋଲିସ ୨ ଟି ପିସ୍ତଲ , ଗୁଳି , ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛନ୍ତି। ଡକାୟତି ଲାଗି ବ୍ୟବହୃତ ହେବାକୁ ଥିବା ଦୁଇଟି ସ୍କୁଟି କୁ ମଧ୍ୟ ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ ଶନିବାର ରାତିରେ ଶୀତଳପଡା ଡ଼ମ୍ପିଙ୍ଗୟାର୍ଡ ଅଂଚଳରେ ୫ ରୁ ୭ ଜଣ ଅପରାଧୀ ଡକାୟତି କରିବା ଯୋଜନା କରୁଥିଲେ। ସୂଚନା ପାଇ ଉଦିତନଗର ପୋଲିସ ସେଠାରେ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଚାରିଜଣ ଫେରାର ହୋଇଯାଇଥିଲେ। ଫେରାର ଅପରାଧୀଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ରେଡ଼ କରୁଛି ବୋଲି ଅତିରିକ୍ତ ଏସ ପି ବିକ୍ରମ କେଶରୀ ଭୋଇ କହିଛନ୍ତି। ଗିରଫ ଅପରାଧୀଙ୍କ ନାମରେ ବିଭିନ୍ନ ଥାନା କ୍ଷେତ୍ରରେ ବହୁ ଅପରାଧିକ ମାମଲା ପେଣ୍ଡିଙ୍ଗ ଥିବା କହିଛନ୍ତି।

0
0
0
s2sdefault