ବାଣପୁର ସବରେଜିଷ୍ଟର ଅଫିସରେ ଜମି ଜାଲିଆତି ଅଭିଯୋଗ
ବାଣପୁର/ବାଲୁଗାଁ (ଶାସକ ପ୍ରଶାସକ) : ଲୋକ କୋଭିଡ ଆକ୍ରାନ୍ତ ହୋଇ ସମ ହସ୍ପିଟାଲ ପଡିଛି | ଏଣେ ତା ଅନୁପସ୍ଥିତିରେ ସବରେଜିଷ୍ଟର ଅଫିସରେ ତାଙ୍କ ଜମି ବିକ୍ରି ହୋଇଯାଉଛି | ନିଜେ ନଜାଣି ବା ନିଜେ ନ ବିକି ଜମି ମାଲିକ ମାନେ ହରାଉଛନ୍ତି ଜମିର ମାଲିକାନା । ଆଉ ସିଧା ସଳଖ ଅଭିଯୋଗ ଉଠିଛି ଓ ଆଙ୍ଗୁଳି ନିର୍ଦେଶ ହୋଇଛି ସବରେଜିଷ୍ଟର ଅଫିସ ଓ ନିଜ ଭାଇ ଉପରକୁ |
ଏମିତି କିଛି ଅଭିଯୋଗ ଆଣିଛନ୍ତି ବାଣପୁର ସବରେଜିଷ୍ଟ୍ରାର ଅଧୀନରେ ଥିବା ବାଲୁଗାଁ ୯ ନମ୍ବର ୱାର୍ଡ ର କେ କେ ନୂଆଗାଁର ପ୍ରକାଶ ରାଉତ | ଅଭିଯୋଗ ଅନୁସାରେ ପ୍ରକାଶ ରାଉତ ଙ୍କ ପ୍ଲଟ ନମ୍ବର 133/239.126 ଡ଼ିସିମିଲ ସେହି ସମୟରେ କୋରନା ରେ ଆକ୍ରାନ୍ତ ହେବା ପରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ପାଇଁ ଯାଇଥିବା ସମୟରେ ବଡ଼ ଭାଇ ଏହାର ସୁଯୋଗ ନେଇ ପ୍ଲଟଟିକୁ ନିଜ ନାମରେ କରାଇ ନୂତନ ପଟା ଯାହାର ପ୍ଲଟ ନମ୍ବର 133/712 ବଡ ଭାଇ ପ୍ରଶାନ୍ତ ରାଉତ ହାସଲ କରିଥିବାର ଅଭିଯୋଗ ଆଣିଛନ୍ତି। ସାନାଭାଇ ପ୍ରକାଶ ନିଜ ଗ୍ରାମ ଛାଡି ରାଉରକେଲାରେ ନିଜ ପେଟ ପୋଷିବା ପାଇଁ ପରିବାର ଧରି ରହୁଛନ୍ତି। କିନ୍ତୁ ଏହି ଆଶ୍ଚର୍ଯ୍ୟ କର ଘଟଣା ସାମ୍ନାକୁ ଆସିଲା ପରେ ନିଜ କର୍ମକ୍ଷେତ୍ରଠାରୁ ଅନୁପସ୍ଥିତ ରହି ବାଲୁଗାଁ ର ପ୍ରତ୍ୟେକ ପ୍ରଶାସନିକ ଦ୍ୱାରସ୍ଥ ହେଉଥିବାର ଚିତ୍ର ଦେଖିବାକୁ ମିଳିଛି। ଏହି ଭଳି ସଙ୍ଗିନ ଅଭିଯୋଗ ନେଇ ବାଲୁଗାଁ ଥାନାର ଦ୍ୱାରସ୍ଥ ହୋଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। କିନ୍ତୁ ଜମିର ମାଲିକ ଉପସ୍ଥିତ ନଥିବା ବେଳେ ଜମିର କିଣା ବିକା କେଉଁ ଭଳି ବାଣପୁର ସବରେଜିଷ୍ଟ୍ରାର ଅଫିସ ରେ ହେଇପାରୁଛି ତାହା ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କର ଘଟଣା।
ପ୍ରକାଶ ଆହୁରି ମଧ୍ୟ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜମିର କିଣା ବିକାରେ ଯେଉଁ ସବୁ ଦସ୍ତଖତ ଟିପି ଚିହ୍ନ ହୋଇଛି ସବୁ ଜାଲ କରିଦିଆଯାଇଛି। ସେହି ସମୟରେ ଯେଉଁ ସବରେଜିଷ୍ଟ୍ରାର ଅଫିସର ଥିଲେ କେଉଁ ଆଧାରରେ ଜମିଗୁଡ଼ାକ ନିଜ ବଡ଼ ଭାଇ ଙ୍କ ନାମରେ କରାଇଲେ ତାହା ଅଞ୍ଚଳରେ ଏକ ବିସ୍ମୟ କର ଘଟଣା ବୋଲି ଚର୍ଚ୍ଚା ଜୋର ଧରିଛି। ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ନିବେଦନ କରିବା ସହ ଜମିକୁ ଏହି ଭଳି ଚଞ୍ଚକତା କରିଥିବା ମାଷ୍ଟର ମାଇଣ୍ଡ କିଏ କ୍ରାଇମବ୍ରାଞ୍ଚ ଯାଞ୍ଚ ହେଲେ ଧାରାପଡିବ ବୋଲି ଅଭିଯୋଗ ଆଣିଛନ୍ତି। ପ୍ରକାଶ କହିଛନ୍ତି "ଯେଉଁ ସବ୍ରେଷ୍ଟର ସମୟରେ ମୁଁ ନଥାଇ ମୋ ନାମରୁ ଅନ୍ୟ ନାମକୁ ହେଇ ପାରୁଛି ତାହାହେଲେ ସେଇ ବାବୁଙ୍କ ସମୟରେ କିଛି ଜାଗା ମାଫିଆଙ୍କୁ ଧରି ଏହି ଅଞ୍ଚଳର ଆଉ ବହୁତ ଜମି ହେର ଫେର ହୋଇଥିବ ଆଗାମୀ ଦିନରେ କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ସତ୍ୟା ସତ ସାମ୍ନାକୁ ଆସିବ" ବୋଲି କହିଛନ୍ତି ସାନ ଭାଇ ପ୍ରକାଶ |