ଗୋଟେ କାର ଓ ଚାରିଗୋଟି ମୋବାଇଲ ଜବତ
ବରଗଡ଼ :- ପାଇକମାଲ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଟେ କାର କୁ ଅଟକାଇ ତଲାସୀ ନେବା ସମୟରେ କାର ଡ଼ିକି ରେ ବିପୁଳ ପରିମାଣରେ ଗଂଜେଇ ଥିବା ଜାଣିବାକୁ ପାଇଥଲା । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଙ୍କର ସମ୍ମୁଖରେ ଗାଡିର ତଲାସୀ ନିଆ ଯାଇଥିଲା । ଓଡ଼ି 01N0200 ନମ୍ବର ବିଶିଷ୍ଟ ଏହି କାର ରେ ଥିବା ପ୍ରଭାତ ଗୁରୁ ପି :- ତ୍ରିନାଥ ଗୁରୁ ଗ୍ରା:- ଖେଦାପଡା ଜି :- ବଲାଙ୍ଗୀର ଓ ସନ୍ତୋଷ ପ୍ରଧାନ ପି :- ବାହାଦୂର ପ୍ରଧାନ ଥାନା ମନମୁଣ୍ଡା ଜିଲ୍ଲା ବୌଦ କୁ ଗିରଫ କରି ଥାନାକୁ ଆଣିବା ପରେ ଗାଡ଼ିରେ ସମୁଦାୟ 35 କେଜି ଗଂଜେଇ ଥିବା ଜଣା ପଡିଥିଲା । ଏହା ସହିତ ଅଭିଯୁକ୍ତ ମାନଙ୍କର ନିକଟରୁ ଚାରିଗୋଟି ଦାମିକା ମୋବାଇଲ ଫୋନ , ଏକ ଲକ୍ଷ ଏକ ହଜାର ଛଅ ଶହ ଟଙ୍କା ନଗଦ ମଧ୍ୟ ଜବତ କରାଯାଇ ଅଭିଯୁକ୍ତ ମାନଙ୍କୁ ଆଜି ପାଇକମାଲ ଥାନା କେଶ ନମ୍ବର 14/22 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରେସ ବିବୃତିରେ ଜଣାଇଛନ୍ତି ।