ଟ୍ରାକ୍ଟର ଡ୍ରାଇଭର ଗିରଫ, କାଠ ମାଫିଆ ଫେରାର : ସନ୍ଦେହ ଘେରରେ ବନବିଭାଗର କାମ ।
ପଦ୍ମପୁର(ଶାସକପ୍ରଶାସକ)- ଲକ୍ଷାଧିକ ଟଙ୍କା ମୂଲ୍ୟର ସାଗୁଆନ କାଠ ଚୋରା ଚାଲାଣ ବେଲେ ଧରିଲା ବନ ବିଭାଗ । ପଦ୍ମପୁର ରେଂଜ ଅଧିନସ୍ଥ ଖଇରପାଲି ଛକ ନିକଟରେ ସିଜି ୦୪ ଡିଟି ୩୭୯୨ ନମ୍ବରର ଏକ ଟ୍ରାକ୍ଟରରେ ସାଗୁଆନ କାଠ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ଖବର ପାଇ ପଦ୍ମପୁର ବନବିଭାଗ ଚଢାଉ କରିଥିଲା । ସୂଚନା ଅନୁସାରେ ଏହି ଟ୍ରାକ୍ଟରରେ ବୁଡାମାଲ ଗାଁର ମାଧବ ବେହେରାଙ୍କ ଘରୁ ତିରିଶ ଖଣ୍ଡ ସାଗୁଆନ କାଠ ବୋଝେଇ ହୋଇ ଗାଇସିଲାଟ ଥାନା ସେମେଲମୁଣ୍ଡା ଗାଁ ଅଭିମୁଖେ ଯାଉଥିଲା । ଏହି କାଠ ଗୁଡିକ ଗାଇସିଲାଟ ଥାନା ଗ୍ରିଣ୍ଡୋଲମାଲ ଗାଁ ର ରିଙ୍କୁ ସାହୁ ବୁଡାମାଲ ଗାଁ ର ମାଧବ ବେହେରାଙ୍କ ଠାରୁ ନେଉଥିଲେ । ଚୋରା ଚାଲାଣ ସମୟରେ ଟ୍ରାକ୍ଟର ଡ୍ରାଇଭର ଥବିର ପ୍ରଧାନ ଗିରଫ ହୋଇଥିବା ବେଲେ କାଠ ମାଲିକ ଫେରାର ମାରିଛନ୍ତି । ଏ ନେଇ ଏକ ମାମଲା ରୁଜୁ ହୋଇ ଟ୍ରାକ୍ଟର ଡ୍ରାଇଭରକୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ରେଂଜର ସୂଚନା ଦେଇଛନ୍ତି । ବନବିଭାଗ କେବଳ ଟ୍ରାକ୍ଟର ଡ୍ରାଇଭର କୁ ଗିରଫ କରୁଛି ନା କାଠ ଚୋରା ଚାଲାଣ କରୁଥିବା ଅସଲ କ୍ରେତା ଓ ବିକ୍ରେତାକୁ ଗିରଫ କରୁଛି ତାହା ଦେଖିବାକୁ ବାକି ରହିଲା ।