ଭୁବନେଶ୍ଵର – ଓସେପାର ଅତିରିକ୍ତ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କର ହୃଦଘାତ ସମସ୍ୟା ଜନିତ ଚିକତ୍ସା ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତା. ୧୩/୦୧/୨୦୨୨ ରିଖରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୯ ବର୍ଷ ହୋଇଥିଲା । ସ୍ଵର୍ଗତଃ ମିଶ୍ର ୧୯୯୦ ମସିହା ଠାରୁ ଓଡିଶା ଶିକ୍ଷା ସେବା (୨) ଅଧିକାରୀ ଭାବରେ କାର୍ଯ୍ୟକରି ଜିଲ୍ଲା ସ୍ତରରେ ପ୍ରଧାନ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ , ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ । ସମ୍ପ୍ରତି ସେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି । ତାଙ୍କର ପରଲୋକ ଶିକ୍ଷା ବିଭାଗରେ ଏକ ଅପୂରଣୀୟ କ୍ଷତି ହୋଇରହିବ । ଓସେପା ପରିବାରର ସମସ୍ତ ସଦସ୍ୟ ମାନଙ୍କ ତରଫରୁ ଏକ ସ୍ମୃତି ସଭା ଆୟୋଜିତ ହୋଇ ସ୍ଵର୍ଗତଃ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନ କରଯାଇଥିଲା ଓ ତାଙ୍କର ପରିବାରକୁ ସମବେଦନା ଜଣାଇଦିଆଯାଇଥିଲା ।
ଅଘଟଣ
ଓସେପାର ଅତିରିକ୍ତ ନିର୍ଦ୍ଦେଶକଙ୍କ ପରଲୋକ
- Hits: 580