ହେଡଲାଇନସ୍:

ଋଣ ଉଧାର ଓ ଭରଣପୋଷଣ ଚିନ୍ତାରେ ଯୁବଚାଷୀଙ୍କ ଆତ୍ମହତ୍ୟା!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସରକାରଙ୍କ ତରଫରୁ ସହାୟତା ଯୋଗାଇଦେବା ନିମନ୍ତେ ଗ୍ରାମବାସୀଙ୍କ ଦୃଢ଼ ଦାବି ।

ନିଶ୍ଚିନ୍ତକୋଇଲି( ଦେବେନ୍ଦ୍ର ଷଡ଼ଙ୍ଗୀ): ଦିନକୁ ଦିନ ଚାଷୀଭାଇ ମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେଲା ବାରମ୍ବାର ଲଗାଣ ବର୍ଷା ଯୋଗୁ ଚଳିତ ବର୍ଷ ଖରିଫ ଧାନଚାଷରେ ଚାଷୀର ସଂପୂର୍ଣ୍ଣ ଧାନ ଫସଲ ନଷ୍ଟ ହୋଇଥିବା ଯୋଗୁ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଯାହାଫଳରେ ବହୁ ଚାଷୀ ଚାଷରେ କ୍ଷତି ଓ ଋଣ ଭାର ଯୋଗୁ ମାନସିକ ଭାରସାମ୍ୟ ହରାଇବସିଥିବାର ନଜିର ରହିଛି । ଏହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ବ୍ଲକ ନିଶ୍ଚିନ୍ତକୋଇଲି ତହସିଲ ଓ ସାଲେପୁର ଥାନା ଅନ୍ତର୍ଭୁକ୍ତ ରାମକୃଷ୍ଣପୁର ପଂଚାୟତ ଦହପଡା(ପାଟପାରୀ) ଗ୍ରାମରେ । ଏହି ଗ୍ରାମର ଜଣେ ଯୁବ ଚାଷୀ ଧାନ ଫସଲ କ୍ଷତି ଯୋଗୁ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବାର ସୂଚନା ମିଳିଛି । ପ୍ରାପ୍ତ ଖବର ଅନୁଯାୟୀ ଦହପଡା ଗ୍ରାମର ହେମନ୍ତ ରାଉତଙ୍କ ପୁତ୍ର ରଶ୍ମିକାନ୍ତ ରାଉତ(ଭଜନ)୨୨ ବର୍ଷ ଗତ କାଲି ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ରଶ୍ମିକାନ୍ତଙ୍କ ପିତା ହେମନ୍ତ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତ କାଲି ରାତ୍ରିରେ ପରିବାରର ଲୋକମାନେ ଖାଇପିଇ ଶୋଇଯିବା ପରେ ରଶ୍ମିକାନ୍ତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ସେ ସ୍ଥାନୀୟ ଚାଷୀଙ୍କଠାରୁ ପ୍ରାୟ ୪ ଏକରରୁ ଉର୍ଦ୍ଧ ଜମି ବାର୍ଷିକ କାଟ ସୂତ୍ରରେ ଆଣି ଚାଷ କରିଥିଲେ । ଏଥିପାଇଁ ସେ ବହୁତ ହାତ ଉଦ୍ଧାରି ଓ କରଜ ଧାର ଉଦ୍ଧାର କରିବା ସହ ବ୍ୟାଙ୍କରୁ ଋଣ ଆଣି ଚାଷ କାର୍ଯ୍ୟରେ ଲଗାଇଥିବା ଅଭିଯୋଗରେ ଦର୍ଶାଯାଇଛି । ପଇସା କିପରି ସୁଝିବେ ସେ ନେଇ ୨/୩ ଦିନ ପୂର୍ବରୁ ରଶ୍ମିକାନ୍ତ ମାନସିକ ଭାରସାମ୍ୟ ହରାଇ ଘରେ ଖାଇବା ପିଇବା ମଧ୍ୟ ସଠିକ୍ ଢଙ୍ଗରେ କରୁନଥିଲା ବେଳେ ହଠାତ୍ ଗତକାଲି ରାତିରେ ବେକରେ ରଶି ଲଗାଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସାଲେପୁର ପୋଲିସ ଆଜି ତା. ୧୪.୦୧.୨୦୨୨ ରିଖ ଶୁକ୍ରବାର ଦିନ ଶବ ଜବତ କରି ସାଲେପୁର ଥାନା କେଶ୍ ନଂ ୦୧/୨୦୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି କଟକ ବଡ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି । ସରକାରଙ୍କ ତରଫରୁ ମୃତ ରଶ୍ମିକାନ୍ତ ଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ସ୍ଥାନୀୟ ଗ୍ରାମବାସୀ ଦୃଢ ଦାବି କରିଛନ୍ତି ।

0
0
0
s2sdefault