ବ୍ୟାସନଗର(ଶାସକ ପ୍ରଶାସକ) - ବରିଷ୍ଠ ସାମ୍ବାଦିକ ଜୟ ଶଙ୍କର ଦାସଙ୍କ ମାତା ପଦ୍ମାବତୀ ଦାସ ଙ୍କ ଆଜି ଦେହାନ୍ତ ହୋଇଯାଇଛି | ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ | ହେଲେ ଆଜି ଦିନ ୧୧ ଘଟିକା ସମୟରେ ମାତ୍ର ୫୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ବ୍ୟାସନଗର ନିକଟସ୍ଥ ବଳଦିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି | ସେ ଜଣେ ମିଷ୍ଟଭାଷୀ, ଧର୍ମପ୍ରାଣା ଓ ପରୋପକାରୀ ମହିଳା ଥିଲେ। ତାଙ୍କର ମୃତ୍ୟୁ ସମୟରେ ତାଙ୍କର ପୁଅ ଜୟଶଙ୍କର , ଶୁଭ୍ରାଂଶୁ ଏବଂ ବନ୍ଧୁ ବାନ୍ଧବ ଝିଅ ଜ୍ବାଇଁ ସମସ୍ତେ ଉପସ୍ଥିତ ଥିଲେ। ଯାଜପୁର ଜିଲ୍ଲା ଦଶାଶ୍ବମେଧ ଘାଟରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମାପନ ହୋଇଥିଲା।
ଅଘଟଣ
ସାମ୍ବାଦିକ ଜୟ ଶଙ୍କର ଦାସଙ୍କ ମାତାଙ୍କ ଦେହାନ୍ତ
- Hits: 518