ବାରମ୍ବାର ସମାନ ଅପରାଧ କରୁଛନ୍ତି ଅଭ୍ୟାସଗତ ଅପରାଧୀ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ନିକଟରେ ରହୁଥିବା ଲଳିତା ରାଓ ଓ ତାଙ୍କ ପୁଅ ମୁକେଶ ରାଓ ର ଘରେ ଗତ ରାତିରେ ପାଇକମାଲ ଥାନା ସବଇନ୍ସପେକ୍ଟର ଚୁମ୍କି ପ୍ରଭା ନାଥ ଓ ପୋଲିସ ଦଳ ଚଢ଼ାଉ କରି ବିପୁଳ ମାତ୍ରାରେ କଫସିରଫ , ନିଶା ଇଂଜେକସନ ଓ ନିଶା ଟାଵଲେଟ ଜବତ କରିବାରେ ସଫଳ ହେବା ସହିତ ଉଭୟ ମାଁ ପୁଅ କୁ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁସାରେ ବିଗତ କିଛି ବର୍ଷ ହେଲା ଏହି ମାନେ କ୍ରମାଗତ ଭାବରେ ଏହି ନିଶା ବ୍ୟବସାୟ ରେ ଲିପ୍ତ ଅଛନ୍ତି । ଏହା ପୂର୍ବରୁ ମଧ୍ୟ ଲଳିତା ରାଓ ଦୁଇ ଥର ଓ ମୁକେଶ ରାଓ ଥରେ ପୋଲିସ ହାତରେ ବିପୁଳ ପରିମାଣରେ କଫ ସିରଫ ସହିତ ଧରା ପଡି ଜେଲଯାତ୍ରା କରି ସାରିଛନ୍ତି । ସୁଧୁରିବା ପରିବର୍ତେ ଜେଲରୁ ଫେରି ଆହୁରି କ୍ଷିପ୍ରଗତିରେ ନିଶା ବ୍ୟବସାୟ ରେ ଲିପ୍ତ ହୋଇ ଯୁବସମାଜ କୁ ନିଶାର ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି ଏହି ମାଁ ପୁଅ ଦୁହେଁ । ଏମାନଙ୍କୁ ନା ତ ଆଇନ ର ଡର ନା ହିଁ କୋଣସି ଦଣ୍ଡର ଭୟ ରହିଛି । ରାତି ଚଢ଼ାଉ ସମୟରେ ଅଭିଯୁକ୍ତ ମାନଙ୍କର ନିକଟରୁ 118 ଗୋଟି କଫସିରଫ ବୋତଲ , 200 ଗୋଟି ନିଶା ଇଂଜେକସନ, ଓ 50 ଟି ନିଶା ଟାଵଲେଟ ଜବତ କରାଯାଇଥିଲା । ପାଇକ ଥାନାରେ କେସ ନମ୍ବର 269/21 ଧାର 274 , 275,ଓ 34ipc ରେ ମାମଲା ରୁଜୁ କରି ପୋଲିସ ଆହୁରି ଅଧିକ ତଦନ୍ତ ଜାରି ରଖିଥିବା ବେଳ ଏହି ଅଭ୍ୟାସଗତ ଅପରାଧୀ ମାନଙ୍କ ବିରିଧରେ ଦୃଢ଼ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଜନତା ଦାବି କରିଛନ୍ତି ।