ହେଡଲାଇନସ୍:

ସାମ୍ବାଦିକଙ୍କ ମାତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର କାର୍ଯ୍ୟରତ ନବୀନ ଖବରକାଗଜର ଜିଲ୍ଲା ସାମ୍ବାଦିକ ବୀରକିଶୋର ପଟ୍ଟନାୟକଙ୍କ ମାଆ ସୀତାଲକ୍ଷ୍ମୀ ପଟ୍ଟନାୟକଙ୍କ ୯୩ ବର୍ଷ ବୟସରେ ପରୋଲକ ହୋଇଯାଇଛି । ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକଟ କରାଯାଇଛି ।
କରଣସାହି ସ୍ଥିତ ନିଜ ବାସଭବନରେ ବାର୍ଦ୍ଧ୍ୟକ ଜନିତ ଅସୁସ୍ଥତା ଯୋଗୁଁ ପରଲୋକ ହୋଇଯାଇଥିବାର ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ସେ ଜଣେ ମେଳାପି , ମିଷ୍ଠଭାଷୀ , ପରଉପକାରୀ ଓ ଧର୍ମପରାୟଣ ମହିଳା ଥିଲେ । ତାଙ୍କ ବିୟୋଗରେ କରଣସାହି ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।
ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ପୂର୍ବତନ ପାରଳା ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ଜମାଦାର ପଟ୍ଟନାୟକ , ସଞ୍ଜୟ କୁମାର ଅଧିକାରୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।
ସେହିପରି ଗଜପତି ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ ଜିଲ୍ଲା ସଭାପତି ଗରୁଡଧ୍ୱଜ ଚୌଧୁରୀ, ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମିରଂଜନ ମିଶ୍ର , ଆଦର୍ଶ ଦାସ , ବିବେକାନନ୍ଦ ବେହେରା , ଶିଶିର କୁମାର ଗୌଡ, କୃଷ୍ଣ କୁମାର ବେହେରା , ସନ୍ତୋଷ କୁମାର ପାଟଯୋଶୀ , ନରସିଂହ ପ୍ରସାଦ ପଟ୍ଟନାୟକ, ବାଳକୃଷ୍ଣ ପାଣିଗ୍ରାହୀ , ବସନ୍ତ କୁମାର ପଣ୍ଡା , ପ୍ରଭାତ ପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାକୁ ସମବେଦନା ଜ୍ଞାପନ କରିଛନ୍ତି ।
ସେହିପରି ଜୟବୀର ହନୁମାନ କମିଟିର ଭେଙ୍କେଟଶ୍ବର ପଟ୍ଟନାୟକ , ରାମ ପ୍ରସାଦ ପଟ୍ଟନାୟକ , ରଘୁନାଥ ପାତ୍ର , ବରିଷ୍ଠ ଆଇନଜୀବୀ ଭୁବନେଶ୍ୱର ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ହରିମୋହନ ପଟ୍ଟନାୟକ, ସଂକୀର୍ତ୍ତନ ଗୁରୁ ରମେଶ ଚନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ପଟ୍ଟନାୟକ, ମୋନଜ ପାଢୀ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

0
0
0
s2sdefault