ହେଡଲାଇନସ୍:

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ :କାଶୀପୁର ନିକଟସ୍ଥ ଅଙ୍ଗଦ କଲୋନି ଠାରେ ଆଜି ସମୟ ପ୍ରାୟ ୧୨ଟା ପାଖାପାଖି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ପ୍ରାଣହାନୀ ଘଟିଛି |ଏକ ବାଇକ ଯୋଗେ ୩ଜଣ କାଶୀପୁର ରୁ ନିଜ ଘରକୁ ଫେରନ୍ତା ବେଳେ କଳାହାଣ୍ଡି ପଟୁ ଏକ ବୋଲେର ଗାଡି ନମ୍ବର OD 08B 1071ଉକ୍ତ ତିନି ଜଣ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା | ବାଇକ ସହ ତିନି ଜଣଙ୍କୁ ତଳେ ଚାପି ରାସ୍ତା କଡର ଏକ ଗାତରେ ଓଲଟି ପଡିଥିଲା । ଦୁର୍ଘଟଣାକୁ ଅନୁମାନ କଲେ ବୋଲେର ଗାଡିଟି ଦ୍ରୁତ ଗତିରେ ଆସୁଥିବାରୁ ଚାଳକ ନିଜର ଭାରସାମ୍ୟ ହରାଇ ଦୁର୍ଘଟଣାକୁ ଏଡାଇ ପାରିନଥିବା ଜଣାପଡିଛି । ଦୁର୍ଘଟଣା ପରେ ଗାଡି ଭିତରେ ଥିବା ଦୁଇଜଣ ସମେତ ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି। ଏହି ଦୁର୍ଘଟଣା ରେ କାଶୀପୁର ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଙ୍ଗଦ ନାଏକଙ୍କ ସ୍ତ୍ରୀ ମମତା ନାଏକ ବୟଷ ୫୦ ଓ ତାଙ୍କ ନାତି ତଥା ଚିନ୍ତାମଣି ବିସୀଙ୍କ ପୁଅ ନୂତନ ନାଏକ ବୟଷ ୧୫ ,ଦୁହେଁ ଘଟଣା ସ୍ଥଳରେ ହିଁ ପ୍ରାଣ ବାୟୁ ଚାଲି ଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି | ଅନ୍ୟ ଏକ ପିଲା ହଂସରାଜ ନାଏକର ଗୋଡ ଭାଙ୍ଗି ଯାଇଛି। ମମତା ଏବଂ ହଂସରାଜ କୁ ତୁରନ୍ତ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା
|କିନ୍ତୁ ଡାକ୍ତର ମମତାଙ୍କୁ ମୃତ ଘୋଷଣା କରିଥିଲେ | ହଂସରାଜ କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ କାଶୀପୁର ପୋଲିସ , ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକମାନେ ମିଳିତ ଭାବେ ମୃତକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଏକ ଦୁଃଖଦ ଘଟଣା ଓ ସମ୍ବେଦନଶୀଳ ମାହୋଲ ସୃଷ୍ଟି ହୋଇଥିବାରୁ କାଶୀପୁର ଏବଂ ବିଭିନ ଅଞ୍ଚଳର ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଗାଡିଟି କଳାହାଣ୍ଡି ଜିଲ୍ଲା ଥୁଅମୂଳ ରାମପୁର ବ୍ଲକ ଅନ୍ତର୍ଗତ ଡୁମୁରିପଦର ଗ୍ରାମର ବୋଲି ଜଣାପଡ଼ିଛି ।କାଶୀପୁର ପୋଲିସ ଘଟଣାର ସଠିକ୍ ତଦନ୍ତ ଜାରି ରଖିଛି ।

0
0
0
s2sdefault