ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅଧୀନସ୍ତ ବୈଦପାଲି ଗ୍ରାମର ଜଣେ 18 ବର୍ଷୀୟା ଯୁବତୀ ଙ୍କର ମୃତଦେହ ଆଜି ତାଙ୍କ ନିଜ ଘରେ ଝାଳନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପ୍ରାପ୍ତ ସୂଚନା ଅନୁସାରେ ଯୁକ୍ତ ତିନି ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିବା ଯୁବତୀ ଜଣକ କୋଣସି ମାନସିକ ଚାପରେ ଥିବା ଅନୁମାନ କରାଯାଉଛି । ଘଟଣା ବାବଦରେ ଖବର ପାଇବା ପରେ ପାଇକମାଲ ଥାନାର ଅଧିକାରୀ ମାନେ ଘଟଣା ସ୍ଥଳକୁ ପହଂଚି ପ୍ରାଥମିକ ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ପଠେଇବା ସହିତ ପାଇକମାଲ ଥାନା ଏ ଏସ ଆଇ ସବିତା ପାତ୍ର ପାଇକମାଲ ଥାନାରେ ଅପମୃତ୍ୟୁ ମାମଲା 28 / 21 ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଥିବା ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ସୂଚନା ପ୍ରଦାନ କରିଛନ୍ତି
ଅଘଟଣ
ବେକରେ ଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟା
- Hits: 3857