ହେଡଲାଇନସ୍:

ରାସ୍ତା କଡ଼ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନାଁ ଆତ୍ମହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଧୁମାଭଟା ପଞ୍ଚାୟତ ହଟକଟ ଗାଁ ରାସ୍ତା କଡ଼ରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ, ବେଲପଡା ଥାନା ଧୁମାଭଟା ଗ୍ରାମର ସଞ୍ଜିବ ମଲ୍ଲିକ (୨୬) ପିତା-ରୁଦ୍ର ମଲ୍ଲିକ (୪୭) ଙ୍କ ମୃତଦେହ ରାତିରେ ଦେଖିବାକୁ ପାଇଥିଲେ। ମୃତ ବ୍ୟକ୍ତିଙ୍କ ଶବ ଚିହ୍ନଟ କରି ପରିବାର ଲୋକେ ପହଞ୍ଚି ଥିଲେ। ତେବେ ସ୍ଥାନୀୟ ଲୋକେ ବେଲପଡା ପୋଲିସକୁ ଅବଗତ କରିବା ପରେ ଘଟଣା ସ୍ଥଳକୁ ବେଲପଡା ପୋଲିସ ଓ ସାଇଣ୍ଟିଫିକ୍ ଟିମ ସହ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି! ଶବର ପଞ୍ଚନାମା କରିବା ପାଇଁ ବେଲପଡା ଡାକ୍ତରଖାନାକୁ ପଠାଯାଇଛି। ଅତଏବ ରିପୋର୍ଟ ଆସିବା ପରେ ଜଣାଯିବ ଏହା ଏକ ହତ୍ୟାକାଣ୍ଡ ନାଁ ଆତ୍ମହତ୍ୟା ବୋଲି!!

0
0
0
s2sdefault