ହେଡଲାଇନସ୍:

ଅଜଣା ମହିଳାଙ୍କ ମୃତ ଶରୀର ଉଦ୍ଧାର କଲା ପୁଲିସ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସିକରପାଇ ପଞ୍ଚାୟତର ତାଳସାଜା ନଦୀ ଘାଟରେ ଅଜଣା ମହିଳାଙ୍କ ଗଳିତ ମୃତ ଶରୀର ଉଦ୍ଧାର କଲା ପୁଲିସ । ସୂଚନା ଅନୁଯାୟୀ ଆଜି ତାଳସାଜା ଗାଁର କିଛି ଲୋକ ଜାଳେଣି କାଠ ସଂଗ୍ରହ କରିବା ପାଇଁ ନିକଟସ୍ଥ ନାଗାବଳୀ ନିକଟକୁ ଯାଇଥିଲେ ।ସେଠାରେ ଦୁର୍ଗନ୍ଧ ହେବାରୁନାଗାବଳୀ ନଦୀ ର ଦୁଇ ଶାଖା ମଝିରେ ଏକ ଶବ ପଡିଥିବା ଦେଖି ଗ୍ରାମବାସୀ ଓ ପୁଲିସ କୁ ସୂଚନା ଦେଇଥିଲେ ।ଏହି ଖବର ସ୍ଥାନୀୟ ପୁଲିସ ଏସ ଆଇ ରଞ୍ଜନ ନାଗ ଓ ଏ ଏସ ଆଇ ଖଗପତି ହାଲୁଆ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ସରକାରୀ ନିୟମ ଅନୁଯାୟୀ ମୃତ ମହିଳାଙ୍କ ପରିଚୟ ମିଳିବା ପର୍ଯ୍ୟନ୍ତ ରଖା ଯିବ । ଯଦି ପରିଚୟ ନମିଳିଲେ ତାର ଶବ ସତ୍କାର କରାଯିବ ବୋଲି ଏସ ଆଇ ନାଗ କହିଛନ୍ତି ।ଉକ୍ତ ଶବ ନାଗାବଳୀ ନଦୀରେ ଭାସି ଆସିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି |

0
0
0
s2sdefault