ହେଡଲାଇନସ୍:

ହଜିଗଲା କଟାକ୍ଷ , ନିରବୀଗଲେ କିଶୋର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡ଼ିଶାର ପୁରପଲ୍ଲୀରେ ପରିଚିତ ତଥା ‘ସମ୍ବାଦ’ କାର୍ଟୁନ୍ ସ୍ତମ୍ଭ ‘କଟାକ୍ଷ’ ଫେମ କିଶୋର ରଥ ଆଉ ନାହାନ୍ତି । ଓଡ଼ିଶାର ଏହି ପ୍ରଥିତଯଶା ବହୁମୁଖୀ ପ୍ରତିଭାଧର କାର୍ଟୁନିଷ୍ଟ ତଥା ବ୍ୟଙ୍ଗକାର କିଶୋର ରଥଙ୍କର ହୃଦାଘାତରେ ଆଜି ବଡ଼ି ସକାଳୁ ମାତ୍ର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି । କିଶୋର ରଥଙ୍କର ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଜନ୍ମମାଟି ଖଣ୍ଡପଡ଼ା ଓ ନୟାଗଡ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । କେବଳ କାର୍ଟୁନ୍ ନୁହେଁ, ସେ ଥିଲେ ବିଚକ୍ଷଣ ସଙ୍ଗୀତଜ୍ଞ ଓ ଅଭିନେତା । ଖଣ୍ଡପଡ଼ା ଲୁପ୍ତପ୍ରାୟ ଲୋକସଙ୍ଗୀତ "ଢୁମ୍ଫା"ର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା । ସ୍ୱର୍ଗତ ରଥଙ୍କର ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି ।
"ଶାସକ ପ୍ରଶାସକ" ପରିବାର ତରଫରୁ ପ୍ରଥିତଯଶା ବହୁମୁଖୀ ପ୍ରତିଭାଧର କାର୍ଟୁନିଷ୍ଟ କିଶୋର ରଥ ବିୟୋଗରେ ଗଭୀର ଶୋକଵ୍ୟକ୍ତ କରିବା ସହ ତାଙ୍କ ଆମର ଆତ୍ମାର ସଦ୍ଗତି କାମନା କରୁଛୁ |

0
0
0
s2sdefault