ହେଡଲାଇନସ୍:

ମହନ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କଂଗ୍ରେସ ନେତା ପ୍ରଦୀପ୍ତ ଦାସ ଓ ଉତ୍କଳ ସ୍ମୃତି ସଂସଦର ସଭ୍ୟ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା -: (ସପ୍ତଜ୍ୟୋତି ରାଉଳ) କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ରଘୁନାଥଜୀୟୁ ମଠର ମହନ୍ତ ଜଗନ୍ନାଥପୁରୀଙ୍କ ଆଜି ଭୋ'ରୁ ଦେହାନ୍ତ ଘଟିଛି | କ୍ୟାନ୍ସର ପୀଡିତ ମହନ୍ତଙ୍କ ଚିକିତ୍ସା କଟକରେ ଚାଲିଥିଲା | ତେବେ ୪ ଦିନ ତଳୁ ତାଙ୍କୁ ହସ୍ପିଟାଲରୁ ଛାଡିଦିଆଯାଇଥିଲା | ସ୍ଥାନୀୟ କୋଠପଦା ଗ୍ରାମବାସୀମାନେ ଏହି ସାଧୁଙ୍କ ସେବା ଶୁଶ୍ରୁଷା କରିବା ଦେଖିବାକୁ ମିଳୁଥିଲା | ହେଲେ ଆଜି ତାଙ୍କ ଦେହାନ୍ତ ହୋଇଯାଇଛି | ଆଜି ନାଗାସାଧୁ ପରମ୍ପରା ଅନୁଯାୟୀ ଗୁରୁ ଭାଇମାନେ କୋଠପଦାରେ ପହଂଚି ମଠ ପରିସରରେ ଏହି ମହନ୍ତଙ୍କୁ ସମାଧି ଦିଆଯାଇଥିଲା | ସେ ଦୀର୍ଘ ୫୦ ବର୍ଷ ସନ୍ୟାସୀ ଜୀବନ ଅତିବାହିତ କରିଥିଲେ।ତାଙ୍କ ବିୟୋଗ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ପରିଷଦ ର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ,ଉତ୍କଳ ଗଣକବି ସ୍ମୃତି ସଂସଦ ର ସଭାପତି ଡକ୍ଟର କର୍ତିକେଶ୍ଵର ସାହୁ ଓ ଉପ ସଭାପତି ଡକ୍ଟର କାର୍ତ୍ତିକ ଚନ୍ଦ୍ର ବରାଳ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ଦିବା ୨ ଘଟିକା ସମୟରେ ପି ସି ସି ର ପୂର୍ବତନ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ,ଉତ୍କଳ ଗଣକବି ସ୍ମୃତି ସଂସଦ ର ଉପଦେଷ୍ଟା ସେକ ମସୁଦ୍ ଅଲି ଓ ଗଣେଶ୍ୱର ସ୍ବାଇଁ,ସମ୍ପାଦକ ଆଇନଜୀବୀ ଦୀପକ କୁମାର ମହାନ୍ତି, ପଣ୍ତିତ ପ୍ରଭାତ କୁମାର କର, ସମାଜସେବୀ ନଳିନୀକାନ୍ତ ନାୟକ,ମନ୍ମଥ ଖଟୁଆ,ସଂଗ୍ରାମ ସାମଲ,ଦୀପକ ନାୟକ,ସୁକାନ୍ତ ନନ୍ଦ,ଦିଲ୍ଲୀପ ରାଉତ,ରବିନାରାୟଣ ସାହୁ,ହାଡିବନ୍ଧୁ ସାହୁ,ପ୍ରତାପ ନାୟକ,ସେକ ଜାବିର, ସୌକଟ ଅଲି,ପୂର୍ଣ୍ଣଚନ୍ଦ୍ର ସେଠୀ,ବଳରାମ ସ୍ବାଇଁ,ଅରୂପ ବିଶ୍ଵାଳ ଓ ଦୁର୍ଯୋଧନ ରାଉତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ମହନ୍ତଙ୍କ ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ପ୍ରଦାନ କରି ଦିବଂଗତ ମହନ୍ତଙ୍କ ଅନ୍ତିମ ଯାତ୍ରା ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

0
0
0
s2sdefault