ହେଡଲାଇନସ୍:

ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ସାହୁଙ୍କ ପରଲୋକ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ବୁରୋମୁଣ୍ଡା ଗ୍ରାମର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ସାହୁଙ୍କ ଗତ ୩ ତାରିଖ ଦିନ ନିଜ ବୁରୋମୁଣ୍ଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ବୁରୋମୁଣ୍ଡା ଗୌନ୍ତିଆ ପରିବାରରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ସାହୁ 76 ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ସେ ଏକାକରରେ ଜଣେ ଲେଖକ, ନାଟ୍ୟକାର ସହ ପଦ୍ମପୁର ଓକିଲ ସଂଘର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ । ସେ ଜଣେ ପରୋପକାରୀ, ମେଳାପୀ ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପାଇବା ପରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କ ଶେଷଯାତ୍ରାରେ ଗାଇସିଲଟ ବ୍ଲକ ଉପସଭାପତି ପ୍ରଣୟ ସାହୁ, ଭୁବନଦେ ସାହୁଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ତାଙ୍କ ବଡ଼ପୁଅ ସରୋଜ ଶ୍ରୀଭୂଷଣ ସାହୁ ମୁଖାଗ୍ନି ଦେଇଥିଲେ ।

0
0
0
s2sdefault