ହେଡଲାଇନସ୍:

ନାବାଳିକା କୁ ଅସଦାଚରଣ ମାମଲା,ଏକ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ଗତକାଲି ଝାରବନ୍ଧ ଥାନା ଅନ୍ତର୍ଗତ ଜଣେ ନାବାଳିକା ପାଇକମାଲ ଥାନା ଅଧିକାରୀ ଙ୍କର ନିକଟରେ ଅଭିଯୋଗ କରିଥିଲା ଯେ ପାଇକମାଲ ଅଂଚଳର ଜଣେ ପ୍ରଶାନ୍ତ ମିଶ୍ର ନାମକ ଯୁବକ ତାଙ୍କୁ ଅସଦାଚରଣ କରିବା ସହିତ ଯୌନ ନିର୍ଯ୍ୟାତନା ଦେଇଛନ୍ତି । ମାମଲାର ଗୁରୁତ୍ୱ କୁ ଉପଲବ୍ଧ କରି ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ତୁରନ୍ତ ଖୋଳତାଡ଼ ଆରମ୍ଭ କରିବା ସହିତ କଥିତ ଅଭିଯୁକ୍ତ ପ୍ରଶାନ୍ତ ମିଶ୍ରକୁ ଥାନାକୁ ଆଣି ଅନୁସନ୍ଧାନ ଆରମ୍ଭ କରିଥିଲେ । ଏହାପରେ ଆଜି ସମସ୍ତ ପ୍ରକ୍ରିୟା ସରିବା ପରେ ପ୍ରଥମେ ଅଭିଯୁକ୍ତ ଓ ନାବାଳିକା ଙ୍କର ମେଡିକାଲ ଯାଞ୍ଚ କରାଯାଇଥିଲା । ଏହାପରେ ପାଇକମାଲ ଥାନା କେଶ ନମ୍ବର 218/21 ଧାରା 376 , 511, IPC ଓ 10 ପକ୍ସ ଆକ୍ଟ ରେ ଅଭିଯୁକ୍ତ ଙ୍କୁ ମାନ୍ୟବର ଅଦାଲତ ଙ୍କର ସମ୍ମୁଖରେ ହଜାର କରାଯାଇଛି ।ପାଇକମାଲ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଅଭିଯୋଗ କାରିଣୀ ନାବାଳିକା ପାଇକମାଲ ଅଂଚଳରେ ଜଣେ ଲୋକଙ୍କର ଘରେ ରହି କଲେଜରେ ପାଠ ପଢୁଥିଲେ । ଘରେ କେହି ନ ଥିବା ଦେଖି ଅଭିଯୁକ୍ତ ତାଙ୍କ ସହିତ ଦୁଷ୍କର୍ମ କରିବାର ପ୍ରୟାସ କରିଥିଲେ ।ତେବେ ନାବାଳିକା ଜୋରରେ ପାଟି କରିବାରୁ ଅଭିଯୁକ୍ତ ଫେରାର ହୋଇ ଯାଇଥିବା କଥା ଅଭିଯୋଗ ହୋଇଥିବା ଜଣା ପଡ଼ିଛି । ତେବେ ଥାନା ଅଧିକାରୀ ଉକ୍ତ କେଶର ଦାଇତ୍ୱ ନିଜେ ଗ୍ରହଣ କରି ପରବର୍ତ୍ତୀ ତଦନ୍ତ ଜାରି ରଖିଛନ୍ତି ।

0
0
0
s2sdefault