ହେଡଲାଇନସ୍:

ଖୋର୍ଦ୍ଧାରେ ଧଳା ଜହର ବେପାରୀଙ୍କୁ ଧରିବା ପାଇଁ ପୋଲିସର ତତ୍ପରତା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧା/ରବି ନାରାୟଣ ସାହୁ : ଖୋର୍ଦ୍ଧା ସହର ରେ ଧଳା ଜହର ବେପାର ଦିନକୁ ଦିନ ବଢିବlରେ ଲାଗିଛି | ହେଲେ ଅବକାରୀ ବିଭାଗର ନିଷ୍କ୍ରିୟତା ପରିପ୍ରେକ୍ଷୀରେ ତାହାର କାର୍ଯ୍ୟଦକ୍ଷତା ଓ ବିଶ୍ଵସନୀୟତାକୁ ନେଇ ଲୋକଙ୍କମନରେ ସନ୍ଦେହ ଉପୁଜୁଛି | କିନ୍ତୁ ଅପାର ପକ୍ଷରେ ପୋଲିସ ବିଭାଗ ପକ୍ଷରୁ ତନାଘନା କାର୍ଯ୍ୟ ଜାରି ରହିଥିବା ଦେଖିବାକୁ ମିଳୁଛି | ଖୋର୍ଦ୍ଧା ଆଦର୍ଶ ଥାନା ଆଇଆଇସି ନେତୃତ୍ୱରେ ଖୋର୍ଦ୍ଧା ସହରରେ ଥିବା ସ୍ଵପ୍ନେଶ୍ଵର ସାହିର ସରୋଜିନୀ ଧଳ ନାମକ ଜଣେ ମହିଳାକୁ ଗିରଫ କରାଯାଇଛି |ତାଙ୍କ ଠାରୁ 30ଗ୍ରାମ ଧଳା ଜହର ପୋଲିସ ଜବତ କରିଛି, ଯାହାର ମୂଲ୍ୟ3.5ଲକ୍ଷ ଟଙ୍କା ହେବ | ତାଙ୍କଠାରୁ ନଗଦ ଟଙ୍କା 52ହଜାର ଟଙ୍କା ଜବତ କରାଯାଇଛି ବୋଲି ଖୋର୍ଦ୍ଧା ଆଇଆଇସି ସଂଜୟ କୁମାର ପଟ୍ଟନାୟକ ସାମ୍ବାଦିକକୁ ସୂଚନା ଦେଇଛନ୍ତି।

0
0
0
s2sdefault