ହେଡଲାଇନସ୍:

କାହାପାଇଁ ଯିଏ ଗୁଳି ଖାଏ , ଏମିତି ବେଳେବେଳେ ଅଘଟଣ ହୁଏ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧା।/ରବି ନାରାୟଣ ସାହୁ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସଦର ମହକୁମାର ନୂଆସାହି ନିକଟରେ ଆଜି ଅପରାହ୍ନରେ ପାରିବାରିକ ଗଣ୍ଡଗୋଳକୁ ନେଇ ଗୁଳିକାଣ୍ଡ ଘଟିଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁର ବିଭୂତି ଭୂଷଣ ଜେନା ବେଗୁନିଆ ନୂଆସାହିର ଆଦିତ୍ୟ ରଥଙ୍କ ଘରେ ଭଡାରେ ରହି ମିସ୍ତ୍ରୀ କାମ କରୁଥିଲେ । ଆଦିତ୍ୟ ରଥଙ୍କ ପତ୍ନୀ ନିଜ ବାପଘର ସିମୋରରୁ ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରସନ୍ନ ନାୟକଙ୍କ ଠାରୁ ଟଙ୍କା କରଜ ସୂତ୍ରରେ ଆଣିଥିଲେ | ଟଙ୍କା ଦେବାରେ ଟାଳଟୁଳ ନୀତି ପାଇଁ ଆଜି ଶ୍ରୀ ନାୟକ ଟଙ୍କା ମାଗିବାକୁ ପହଁଚିଥିଲେ | ସେଠାରେ ଟଙ୍କା ମଗାକୁ ନେଇ କଥା କଟାକଟି ହେବ ସମୟରେ ଘରେ ଭଡା ଥିବା ଶ୍ରୀ ଜେନା ଆସି ମଝିରେ ପଶିଥିଲେ | ଉତକ୍ଷିପ୍ତ ହୋଇଥିବା ଶ୍ରୀ ନାୟକ ଅତର୍କିତ ଭାବରେ ଗୁଳି ଚାଳନା କରିଥିଲେ । ଶ୍ରୀ ଜେନାଙ୍କ ତଳି ପେଟରେ ଗୁଳି ବାଜିଥିବାରୁ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ଅବସ୍ଥା ଗୁରୁତର ଥିବାରୁ ଏମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଏସପି ରାଜକିଶୋର ଦୋରା ପହଁଚି ଦୁଇଟି ଭାଗରେ ବିଭକ୍ତ କରି ପୋଲିସ ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଭିଯୁକ୍ତ ଶ୍ରୀ ନାୟକଙ୍କ ଠାରୁ ଦୁଇ ରାଉଣ୍ଡ ଗୁଳି ଜବତ କରିବା ସହ ଅଭିଯୁକ୍ତକୁ ଧରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

0
0
0
s2sdefault