ହେଡଲାଇନସ୍:

ବିଦ୍ୟୁତ ବିଭାଗର ଖାମଖିଆଲି କାମ ଯୋଗୁଁ ଅକାରଣରେ ଚାଲିଗଲାନିରୀହ ଶିଶୁର ଜୀବନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- ବିଦ୍ୟୁତ ବିଭାଗର ଅପାରଗତା ତଥା ବିଦ୍ୟୁତ ବିଭାଗର ଭୁଲ କାମଯୋଗୁଁ ଅକାରଣରେ ଚାଲିଗଲା ସାତ ବର୍ଷର ଝିଅର ଜୀବନ । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଜନକେଡା ଗ୍ରାମର ଜଣେ ସାତ ବର୍ଷର ଶିଶୁକନ୍ୟା ଖେଳୁଥିବା ସମୟରେ ଘର ସମ୍ମୁଖରେ ଥିବା ଇଲେକ୍ଟ୍ରିପୋଲ ସଂଶ୍ପର୍ଷରେ ଆସି ଅଚେତ ହୋଇ ପଡିଲେ । ପରିବାର ଲୋକେ ପ୍ରଥମେ ତାଲପାଲି ଡାକ୍ତରଖାନା ଓ ପରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ପଦ୍ମପୁର ଡାକ୍ତରଖାନାରେ ଡାକ୍ତର ଶିଶୁକନ୍ୟା କୁ ମୄତ ଘୋଷଣା କରିଥିଲେ । ବିଦ୍ୟୁତ ଖୁଣ୍ଟ ଗୁଡିକ ମୁକୁଲା ଭାବରେ ପଡିରହିଛି ତଥା ବିଦ୍ୟୁତ ବିଭାଗ ପକ୍ଷରୁ ଠିକ ଭାବରେ ରକ୍ଷଣାବେକ୍ଷଣ ଯାଞ୍ଚ ନ କରିବା ଏବଂ ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ କାରଣରୁ ବିଭିନ୍ନ ସମୟରେ ନିରିହ ଲୋକଙ୍କ ପ୍ରାଣବାୟୁ ଉଡିଯାଉଛି । ଜନକେଡା ଅଞ୍ଚଳରେ ବିଦ୍ୟୁତ ବିଭାଗ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତଥା ମୄତ ଶିଶୁର ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

0
0
0
s2sdefault