ହେଡଲାଇନସ୍:

ଭିଜିଲାନ୍ସ ହାତରେ ବନ୍ଧା ହେଲେ ମେଡିକାଲ କଲେଜ ଡାକ୍ତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା : (ଶାସକ ପ୍ରଶାସକ) : ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଡାକ୍ତର ଦେବୀଦତ ପାତ୍ର ବନ୍ଧା ହେଲେ । ଜଣେ ମୁତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡି ବନ୍ଧା ହେଲେ । ସୂଚନା ମୁତାବକ ମୃତ ବ୍ୟକ୍ତିର ଶବ ବ୍ୟବଚ୍ଛେଦ ରିପୋର୍ଟ ପରିବାର ଲୋକଙ୍କୁ ଦେବା ନିମନ୍ତେ ଏହି ଡାକ୍ତର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସାତଭାୟା ଗ୍ରାମର ରଘୁନାଥ ମାରାଣ୍ଡିଙ୍କୁ ସାପ କାମୁଡିବାରୁ ତାଙ୍କୁ ଘର ଲୋକେ ଚିକିତ୍ସା ପାଇଁ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ବୋଲି କହିଥିଲେ । ତେବେ ଶବ ବ୍ୟବଚ୍ଛେଦ ଲାଗି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ବାରିପଦା କୁ ପଠାଯାଇଥିଲା । ସେଠାରେ ଡାକ୍ତର ଦେବୀଦତ ପାତ୍ର ଶବ ବ୍ୟବଚ୍ଛେଦ କରିଥିଲେ । ତେବେ ପୋଷ୍ଟମଟମ ରିପୋର୍ଟ ଲାଗି ମୃତକଙ୍କ ପରିବାରକୁ ସାପ କାମୁଡି ମରିଲେ ୪ ଲକ୍ଷ ଟଙ୍କା ସରକାରୀ ସହାୟତା ମିଳିବ ବୋଲି କହିଥିଲେ ଏବଂ ୪୦ ହଜାର ଟଙ୍କା ଲାଞ୍ଚମାଗିଥିଲେ । ମାତ୍ର ଶେଷରେ ୨୦ ହଜାର ଟଙ୍କାରେ କଥା ଛିଡିଥିଲା । ମୃତକଙ୍କ ଭଉଣୀ ସୁଦେବୀ ଟୁଡୁ ବାଲେଶ୍ୱର ଭିଜିଲାନ୍ସ ଏସ୍.ପି.ଙ୍କ
ନିକଟରେ ଦ୍ୱାରସ୍ଥ ହୋଇଥିଲେ । ପରେ ଯୋଜନା ମୁତାବକ ରଙ୍ଗାମାଟିଆ ଠାରେ ତାଙ୍କ ଦାବୀ ମୁତାବକ ୨୦ ହଜାର ଟଙ୍କା ଲା‚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ପରେ ଦୌଡି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ଭିଜିଲାନ୍ସ କାବୁ କରିଥିଲେ ।

0
0
0
s2sdefault