ହେଲାଣି ଡ୍ରଗ୍ସ ବ୍ୟବସାୟୀଙ୍କ ୫ଟି ବିଲ୍ଡିଂ, ୬ଟି ଗାଡି, ୧୨ ଟି ବ୍ୟାଙ୍କ ଆକାଉଣ୍ଟ ବାଜ୍ୟାପ୍ତି
ଭୁବନେଶ୍ୱର (ଶାସକ ପ୍ରଶାସକ) : ଡ୍ରଗ୍ସ୍ ଚୋରା କାରବାର ଉପରେ ଓଡିଶା ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି | ଗତ ୨ ବର୍ଷ ଧରି ବ୍ରାଉନ ସୁଗର ଓ ଗଞ୍ଜେଇ ବିପୁଳ ପରିମାଣରେ ଜବତ କରାଯାଇଛି | ଗତ ଫେବୃଆରୀ ମାସରେ ମାଲକାନଗିରି ଜିଲ୍ଲାର ଏମ୍ଭି – ୭୯ ଥାନାରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା | ଏହି ଗଞ୍ଜେଇ ଚୋରା କାରବାରରେ ବହୁ ଅସାଧୁ ବ୍ୟବସାୟୀ ସାମିଲ ହୋଇ ବିପୁଳ ପରିମାଣରେ ଅର୍ଥ ରୋଜଗାର କରିଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା | ସେହି ଅନୁଯାୟୀ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ କୋଲକାତା ସ୍ଥିତ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗର ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା | ସେହି ଅନୁଯାୟୀ, NDPS Act ର ଧାରା 5(A) ଅନୁଯାୟୀ ସମ୍ପୃକ୍ତ ବ୍ୟବସାୟୀଙ୍କ ଅର୍ଥ ରୋଜଗାର ସମ୍ପର୍କିତ ତଦନ୍ତ ଆରମ୍ଭ କରାଯାଇଥିଲା | ଡ୍ରଗ୍ସ ବ୍ୟବସାୟୀଙ୍କ ୫ଟି ବିଲ୍ଡିଂ, ୬ଟି ଗାଡି, ୧୨ ଟି ବ୍ୟାଙ୍କ ଆକାଉଣ୍ଟ ମିଶି ସମୁଦାୟ ୩.୫ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି ବୋଲି DGP ଅଭୟ ସୂଚନା ଦେଇଛନ୍ତି| ଏହି ସଫଳତା ପାଇଁ DGP ଅଭୟ ମାଲକାନଗିରି ପୋଲିସକୁ ସାଧୁବାଦ ଜଣାଇଛନ୍ତି | ଆଗାମୀ ଦିନରେ ଡ୍ରଗ୍ସ୍ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି DGP ଅଭୟ ଚେତାବନୀ ଦେଇଛନ୍ତି|