ହେଡଲାଇନସ୍:

ବଜ୍ରାଘାତରେ ୩ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ: ଚାଷଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ଟଳି ପଢିଲେ ଏକ ଦମ୍ପତିଙ୍କ ସମେତ ୩ ଜଣ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଛାମୁଣ୍ଡା ପଞ୍ଚାୟତ ବଡ଼ମାଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା।ମୃତକମାନେ ହେଲେ ଅନ୍ତର୍ଯ୍ୟାମୀ ମାଝୀ, ତାଙ୍କ ସ୍ତ୍ରୀ ଲିଳିମା ମାଝୀ ଓ ଜଣେ ଶ୍ରମିକ ପାରୁ ବାଘ।
ଏହି ତିନି ଜଣ ମିଶି ଜମିରେ କାମ କରୁଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

0
0
0
s2sdefault