ହେଡଲାଇନସ୍:

୧୮ ଘଣ୍ଟା ପରେ ମିଳିଲା ଜ୍ୟୋତିପ୍ରକାଶଙ୍କ ମୃତ ଦେହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଶେଷରେ ଦୀର୍ଘ ୧୮ ଘଣ୍ଟାର ଖୋଜାଖୋଜି ପରେ ମିଳିଲା ଗତକାଲି ଏକ ଅଭାବନୀୟ ଅଘଟଣାରେ ଡ୍ରେନରେ ଭାସି ଯାଇଥିବା ନାବାଳକ ଜ୍ୟୋତିପ୍ରକାଶଙ୍କ ଶବ । ପଞ୍ଚଶଖା ନଗର ନିକଟ ନାଳରେ ଏକ ବାଉଁଶବୁଦାରେ ଲାଖି ରହିଥିବା ଶବକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀର ଏକ ଟିମ୍ ଓ ସ୍ଥାନୀୟ ଯୁବକ । ସୂଚନାଯୋଗ୍ୟ ଯେ ଗତକାଲି ବର୍ଷା ବେଳେ ଘରୁ ସାଇକେଲରେ ଟ୍ୟୁସନ୍ ଯାଉଥିବା ବେଳେ ବରମୁଣ୍ଡା ଗାଁ ଢ଼ିପସାହିର ହୃଷିକେଶ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ(୧୫) ବର୍ଷା ପାଣିରେ ଡୁବିଥିବା ମୁକୁଳା ଡ୍ରେନ୍ (ନଂ ୮) ରେ ପଡ଼ି ଭାସି ଯାଇଥିଲେ । ପୁଲିସ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜିଥିଲେ ବି ଜ୍ୟୋତିପ୍ରକାଶଙ୍କ ଖୋଜ ଖବର ମିଳିନଥିଲା | ସକାଳେ ଆଜି ପୁଣି ଖୋଜାଖୋଜି କରିବା ପରେ ପଞ୍ଚଶଖା ନଗର ନିକଟ ନାଳରେ ଏକ ବାଉଁଶବୁଦାରେ ଶବ ଲାଖିଥିବା ଠାବ କରିଥିଲେ | ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଥିବା ବେଳେ ସମ୍ପୃକ୍ତ ଶବକୁ ଏମସ୍ କୁ ନିଆଯାଇଛି ।

0
0
0
s2sdefault