ହେଡଲାଇନସ୍:

ମୋବାଇଲ ଧରି ଅନ୍ୟମନସ୍କତାରୁ ଦୁର୍ଘଟଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨ ମହଲା ଛାତରୁ ଖସି ପଡ଼ି ଆୟୁଷ ଡାକ୍ତର ଗୁରୁତର

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଅନ୍ୟମନସ୍କତା କାରଣରୁ ନିଜଘର ଛାତରୁ ଖସି ପଡ଼ି ଜଣେ ଆୟୁଷ ଡାକ୍ତର ଗୁରୁତର ହୋଇପଡିରୁ ତାଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଡାକ୍ତର ଜଣକ ହେଉଛନ୍ତି ଓଡ଼ଗାଁ ଗୁପ୍ତମଠ ସାହି କୃତିବାସ ସାହୁଙ୍କ ଏକମାତ୍ର ପୁଅ ଜର୍ଜ ସତ୍ୟବ୍ରତ ସାହୁ (୩୪) । ସେ ଖଣ୍ଡପଡ଼ା କୋଭିଡ ସେଣ୍ଟର ଦାୟିତ୍ଵରେ ଥିଲେ । ଓଡ଼ଗାଁ ନିଜ ଘରକୁ ଆସିଥିବା ବେଳେ ଆଜି ସନ୍ଧ୍ୟାରେ ଛାତ ଉପରରେ ମୋବାଇଲ ଧରି କଥାବାର୍ତ୍ତା ହେଉଥିବା ସମୟରେ ଅନ୍ୟମନସ୍କତାରେ ଭାରସାମ୍ୟ ହରାଇ ୨ମହଲା ଛାତ ତଳକୁ ଖସି ପଡ଼ି ଗୁରୁତର ହୋଇଥିଲେ । ଆଗ ଗଳାରେ ଆଘାତ ଲାଗି କିଛି କଟି ଯାଇଥିବାରୁ ଅଧିକ ଚିକିତ୍ସା ପାଇଁ ତୁରନ୍ତ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି |

0
0
0
s2sdefault