ପାଟଣାଗଡ଼,ଶାସକ ପ୍ରଶାସକ ( ଯତୀନ୍ଦ୍ର ନନ୍ଦ ) :ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଅଞ୍ଚଳଟି ସବୁ ବେଳେ ସବୁ ସମୟରେ କିଛିନା କିଛି ନିଶା ଦ୍ରବ୍ୟର କାରବାରକୁ ନେଇ ଚର୍ଚ୍ଚାରେ ରହି ଆସିଛି ! ଯେଉଁଥି ପାଇଁ ଜିଲ୍ଲା ପୋଲିସର ମାନଚିତ୍ରରେ ବେଲପଡ଼ାକୁ ନାଲି ରଙ୍ଗରେ ଚିହ୍ନଟ କରାଯାଇଛି କହିଲେ କିଛି ଭୁଲ ହେବ ନାହିଁ ! ଆହୁରି ମଧ୍ୟ, ବେଲପଡ଼ାକୁ ବେଆଇନ ଦେଶୀ ବିଦେଶୀ ମଦ, ଗଞ୍ଜେଇ, ନିଶା ଟେବ୍ଳେଟ, କରେକ୍ସ, ଅଫିମ ଆଦିର ଖୁଲମଖୁଲା ବିକ୍ରୀର ପେଣ୍ଠସ୍ଥଳୀ ବୋଲି ବୁଦ୍ଧିଜୀବୀ ମହଲରୁ ଅଭିଯୋଗ ହେଇ ଆସୁଉଛି! ସେଭଳି ଆଉ ଏକ ଚିନ୍ତାଜନକ ପରିତାପର ବିଷୟ, ନିଶା ସାମଗ୍ରୀ ବିକ୍ରି କରୁଥିବା ଅସାଧୁ ବ୍ୟବସାୟିଙ୍କ ଘର ଆଗରେ କମ ବୟସର ପିଲାଙ୍କଠୁ ନେଇ ବୟସ୍କ ଲୋକ ଯାଏ ନିଶା ଖାଉ ଥିବାର ପ୍ରତ୍ୟକ୍ଷ ଦର୍ଶିଙ୍କ ମାନଙ୍କଠୁ ପ୍ରକାଶ! ପୁଣି ଏହି ବୟସ୍କଙ୍କ ଭିତରେ ଯେମିତି 100(%)ଶତକଡ଼ା ଭାଗରୁ 90(%)ସତକଡ଼ା ଚାକିରିଆ ବ୍ୟକ୍ତି ବିଶେଷ ଅଟନ୍ତି! କେଜାଣି ଏଥିରେକି ମହୁଟା ଅଛି ଯେ ନିଜେ ନିଜର ପିଲା ଛୁଆଙ୍କୁ ସ୍କୁଲ ଛାଡିବାକୁ ଯିବା ବେଳେ ଛୁଆଙ୍କର ଉପସ୍ଥିତିରେ କିଣୁଛନ୍ତି କଫ ସିରଫ ଓ ନିଶା ବଟିକା | କୁଆଡ଼େ ଚାଲି ଗଲା ଏମାନଙ୍କର ଲାଜ ମହତ ତାହାବି ମାଁ ଗଙ୍ଗେଇଙ୍କୁ ଜଣାଥିବ ! ଏମିତିକି କିଛି ନିର୍ଦ୍ଧିଷ୍ଟ ଶିକ୍ଷକ ଛାତ୍ରଙ୍କୁ କିଣି ଆଣିବା ପାଇଁ ପଠାଇବା ସମସ୍ୟାକୁ ଦ୍ବିଗୁଣିତ ରୋମାଞ୍ଚ କରିଦେଉଛି ! ତେବେ,ନିଶା ଦ୍ରବ୍ୟକୁ ଅତି ସହଜରେ ହାତ ପାହାନ୍ତାରେ ଯୋଗାଇ ଦେଇ ଯୁବପିଢ଼ିକୁ ନଷ୍ଟ କରୁଥିବା ବ୍ୟବସାୟୀ ଦ୍ବୟକୁ ବେଲପଡ଼ା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି | ସୂତ୍ରରୁ ପ୍ରକାଶ,ଗତ ତା.୬/୦୯/୨୧ରିଖ ସୋମବାର ଦିନ ରାତିରେ କପାଣି ପଞ୍ଚାୟତ 'ତରା' ଗାଁର କମଲ ନାଗ କଫ୍ ସିରଫ ପେଟି ନେଇ ବେଲପଡା ଆସୁଥିବା ସମୟରେ ପୋଲିସ ହାବୁଡ଼ରେ ପଡ଼ିଥିଲା। ତେବେ କୌଣସି ସୂତ୍ରରୁ ଆଗୁଆ ଖବର ପାଇ ବେଲପଡା ଥାନା ଏଏସ୍ଆଇ ସୁରେଶ ଚନ୍ଦ୍ର ପସାୟତ ଓ ତାଙ୍କ ଷ୍ଟାଫ୍ ଛକି ବସିଥିବା ବେଳେ କମଲକୁ କପାଣି ଓ ତରା ଗାଁର ମଧ୍ୟବର୍ତ୍ତୀ ସ୍ଥାନରୁ ଗିରଫ କରିବା ସହ ତାର ବାଇକକୁ ଜବତ କରିଥିଲେ! ସେହିପରି ବେଲପଡା ହାଇସ୍କୁଲ ପଡ଼ାର ବାବୁଲି ପୃଷ୍ଟି ଘରେ ଚଢ଼ାଉ କରି କରେକ୍ସ (ଏସକଫ)ଜବତ କରିବା ସହ ତାକୁ ଗିରଫ କରି ପୋଲିସ ଷ୍ଟେସନକୁ ଆଣିଥିଲେ! ଏନେଇ ବେଲପଡା ଥାନା କେଶ ନମ୍ବର ୨୮୪/୨୧ଏବଂ ୧୮୫/୨୧ ଦଫା ୟୁଏସ୍(u/s) ୨୮୨/୨୭୪/୨୭୫/୧୨୦ବି ରେ ମାମଲା ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏମାନଙ୍କ ଠାରୁ ୧୯୦ ବୋତଲ କଫସିରଫ ଦୁଇପତା ନିଶା ଟେବ୍ଳଟ (ଯାହା ନିଦ ଔଷଧ )ଜବତ କରିଛନ୍ତି । ଯାହାର ହାରାହାରି ମୂଲ୍ୟ ୪୦୦୦୦ରୁ ଅଧିକ ବୋଲି ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି। ଯଦି ଏହିପରି ବେଲପଡ଼ା ସଦର ମହକୁମା ସମେତ ଆଖ ପାଖ ଗାଁ ଗଣ୍ଡାରେ ଥିବା ସଟ୍ଟା ଆଡ୍ଡା ଗୁଡିକ ଉପରେ ଚଢାଉ ହେଲେ ଲୋକେ ଅତନ୍ତଃ ଅର୍ଥହାନୀ ଦାଉରୁ ରକ୍ଷା ପାଆନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି! ଅତଏବ, ଜିଲ୍ଲା ପୋଲିସ ମୁଖିଆ ନିଯେ ହସ୍ତକ୍ଷେପ କରି ସମସ୍ୟାର ଅନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି!!!!
ଅଘଟଣ
ବେଲପଡ଼ା: କଫ ସିରଫ କାରବାରରେ ୨ ଜଣଙ୍କୁ କୋର୍ଟ ଚାଲାଣ, ବିପୁଳ ମାତ୍ରାର କଫ ସିରଫ ଓ ନିଶାବଟିକା ଜବତ
- Hits: 613