ଝାରବନ୍ଧ-ମନୋହର ଦାଶ:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ କୁ ଆଉ ଏକ ବଡ଼ ସଫଳତା ମିଳିଛି।ଜଗଦଲପୁର ଥାନା ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଆଜି ପୁଣି ଏକ ଗଞ୍ଜେଇ ଚାଲାଣକାରୀ ଙ୍କୁ ପୋଲିସ ଗିରଫ କରିବା ସହ ତା ଠାରୁ ୨୭କେଜି୨୦୦ଗ୍ରାମ ଗଞ୍ଜେଇ ଜବତ କରିଛି।ଜଗଦଲପୁର ଥାନା ସୂତ୍ରରୁ ପ୍ରକାଶ ଯେ ଆଜି ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ,ଏ.ଏସ.ଆଇ ପ୍ରଦୀପ ପାଣି,ଏ.ଏସ.ଆଇ ସତ୍ୟାନନ୍ଦ ଭୁଏ,ହାବିଲଦାର ଜିତେନ୍ଦ୍ର ଦାଶ,ବ୍ୟାସଦେବ ସାହୁ,ପ୍ରଶାନ୍ତ ପଢ଼ିଆମୀ ଓ କର୍ମଚାରୀ ପେଟ୍ରୋଲିଂ ସାରି ଫେରୁଥିବା ରାସ୍ତା ରେ ଛତିଶଗଡ଼ ସୀମାନ୍ତବର୍ତୀ ଧଉରାଭଟା ଛକ ରାସ୍ତା ନିକଟରେ ଏକ ନମ୍ବର ବିହୀନ ପଲସର ଦ୍ରୁତଗତି ରେ ଆସୁଥିବାର ଲକ୍ଷ କରି ଏହାକୁ ପିଛା କରି ତାକୁ କାବୁ କରି ଧରିଥିଲେ।ଅଟକାଇ ଯାଂଚ କରିବାରୁ ୨୭କେଜି ୨୦୦ ଗ୍ରାମ ଗଞ୍ଜେଇ ଥିବା ଜାଣିପାରିଥିଲେ।ତାକୁ ପଚରାଉଚରା କରିବା ବେଳେ ଉକ୍ତ ଗଞ୍ଜେଇ ଫୁଲବାଣୀ ଅଞ୍ଚଳ ରୁ ଆଣି ଛତିଶଗଡ଼ ରାଜ୍ୟ ବଲୋଦାବଜାର କୁ ଚାଲାଣ କରାଯାଉଥିବା ଜଣାପଡିଥିଲା। ଏକ ମୋବାଇଲ ଓ ୫୦୦ ଟଙ୍କା ମଧ୍ୟ ପୋଲିସ ଜବତ କରିଛନ୍ତି।ବଲୋଦାବଜାର ଅଞ୍ଚଳର ଧନୁ ଭଟ ବୋଲି ସେ କହିଛି।ଅଭିଯୁକ୍ତ ଙ୍କ ବିରୁଦ୍ଧ ରେ PS case No 101 /2021 u/s 20(b)(ii)(c) NDPSAc ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀଭଗତ ସୂଚନା ଦେଇଛନ୍ତି।
ଅଘଟଣ
ଜଗଦଲପୁର ରେ ପୁଣି ଗଞ୍ଜେଇ ମାଫିଆ ଧରାପଡି ଜେଲ ଗଲା।
- Hits: 1349