ହେଡଲାଇନସ୍:

ଶିକାର ହେଲା ଶିକାରୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ତିନି ଅଭିଯୁକ୍ତ ଗିରଫ : ନଦୀପଠାରୁ ମୃତଦେହ ଉଦ୍ଧାର

ବରଗଡ :- ଗତ ବାଇଶି ତାରିଖ ଦିନ ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଭଇଁସାଦରହା ଗ୍ରାମପଞ୍ଚାୟତ ର ଦିୱାନପାଳି ଗ୍ରାମର ବନବାସୁ ପଡା ନିବାସୀ କାଶୀ ରାମ ପଟେଲ ଗାଁର ଅନ୍ୟ କିଛି ଯୁବକ ସହିତ ବାର୍ହା ଶିକାର କରିବାକୁ ଯାଇଥିଲା । ବାର୍ହା ଶିକାର ପାଇଁ ଏହି ଶିକାରୀ ମାନେ ବିଦ୍ୟୁତ ତାର ବିଛାଇ ଥିଲେ । କିନ୍ତୁ ଅସାବଧାନତା ହେଉ କିମ୍ଭା ଭାଗ୍ୟ ଖରାପ ଥିବା ହେଉ , କାଶୀରାମ ଉକ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ତାର ମୃତ୍ୟୁ  ହୋଉଯାଇଥିଲା । କାଶିରାମର ମୃତ୍ୟୁ କଥା ଜାଣିବା ପରେ ତାର ସହିତ ଯାଇଥିବା ଅନ୍ୟମାନେ ଘଟଣାଟିକୁ ଚପେଇ ଦେବା ପାଇଁ ମୃତ କାଶୀରାମର ମୃତ ଦେହକୁ ନିକଟସ୍ଥ ଏକ ନଦୀ ଭିତରେ ପୋତି ଦେଇ ଚୁପଚାପ ପଳେଇ ଯାଇଥିଲେ । ଏ ବାବଦରେ କାହାରି କୁ କିଛି ନ କହି ଚୁପ ରହିଥିଲେ ଶିକାରୀ ଯୁବକ ମାନେ । କାଶୀରାମ ଘରକୁ ନ ଫେରିବାରୁ ଘର ଲୋକେ ବ୍ୟସ୍ତ ହେବା ସହିତ ଖୋଜା ଖୋଜି କରିଥିଲେ । ସେଦିନ ଶିକାର ପାଇଁ ତାର ସହିତ ଯାଇଥିବା ଯୁବକ ମାନଙ୍କୁ ମଧ୍ୟ ପଚାରି ଥିଲେ ଘରଲୋକ । ଏହାପରେ ଗତ କାଲି ମୃତ କାଶୀରାମ ପଟେଲ ର ବାପା ସଲିକରାମ ପଟେଲ ଝାରବନ୍ଧ ଥାନା ଅଧିକାରୀ ଶ୍ରୀ ଅନୀଲ କୁମାର ପ୍ରଧାନ ଙ୍କର ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଶ୍ରୀ ପ୍ରଧାନ ତୁରନ୍ତ ବିଳମ୍ବ ନ କରି ଖୋଲତାଡ଼ ଆରମ୍ଭ କରିଥିଲେ । ଏହାପରେ ସେଦିନ କାଶୀ ସହିତ ଯାଇଥିବା ତିନି ଜଣ ଯୁବକ କୁ ଧରି ଘଟଣା ବାବଦରେ ତଦନ୍ତ କରିବାରୁ ଦିନେଶ ପଟେଲ ନାମକ ଜଣେ ଯୁବକ ଶ୍ରୀ ପ୍ରଧାନଙ୍କ ଆଗରେ ସବୁ ସତ କଥା ପ୍ରକାଶ କରିଥିଲା । ଦିନେଶ ପାଖରୁ ସବୁ ଜାଣିବା ପରେ ଆଜି ସକାଳୁ ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ତହସିଲଦାର ସୀମା ସବିତା କୁଲୁ ଙ୍କର ଉପସ୍ଥିତ ରେ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଙ୍କର ନେତୃତ୍ୱରେ ଏକ ପୋଲିସ ଟିମ , ସାଇଣ୍ଟିଫିକ ଦଳ, ସ୍ଥାନୀୟ ସରପଞ୍ଚ କୁମାରୀ ଯଶୋବନ୍ତି ନାୟକ ଓ ଅଭିଯୁକ୍ତ ଦିନେଶ ସହିତ ଘଟଣା ସ୍ଥଳକୁ ପହଂଛି ଥିଲେ । ଶବ ପୋତିଥିବା ସ୍ଥାନ ଦିନେଶ ଦ୍ୱାରା ଚିହ୍ନଟ କଲାପରେ ପୋଲିସ ମାଟି ଖୋଲି ଶବ ବାହାର କରିଥିଲେ । ଏହାପରେ ଘଟଣା ସ୍ଥଳରେ ଶବର ପଂଚନାମା କରାଇ ବ୍ୟବଚ୍ଛେଦ ନିମନ୍ତେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ପଥେଇ ଦିଆ ଯାଇଥିଲା । ଝାରବନ୍ଧ ଥାନାରେ କେଶ ନମ୍ବର 99/21 ଧାରା 304, 201 , 120 (b) ରେ ମାମଲା ରୁଜୁ କରି ତିନି ଅଭିଯୁକ୍ତ , ଦିନେଶ ପଟେଲ ପେର୍ମୁ ରାଉତ , ହରିଲାଲ ପଟେଲ କୁ ଗିରଫ କରାଯାଇଥିବା ଓ ଅନ୍ୟ କିଛି ଅଭିଯୁକ୍ତ ମାନଙ୍କର ତଲାସ ଜାରି ରହିଥିବା ଝାରବନ୍ଧ ଥାନା ଅଧିକାରୀ ଶ୍ରୀ ଅନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

0
0
0
s2sdefault