ହେଡଲାଇନସ୍:

ଡାକ୍ତର ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ): ଭଦ୍ରକ ସହରର ଜଣାଶୁଣା ତଥା ସମସ୍ତଙ୍କ ପ୍ରିୟ ଡାକ୍ତର ପ୍ରତାପ ଚନ୍ଦ୍ର ପଣ୍ଡାଙ୍କର ଗତ ୨୧ ତାରିଖରେ ବୋକାର ଠାରେ ଦେହାନ୍ତ ହୋଇଯାଇଛି । ଭଦ୍ରକ, ବନ୍ତ ବ୍ଲକର ଅଡ଼ାଳପଙ୍କ ଗ୍ରାମରେ ଜନ୍ମିତ ସ୍ଵର୍ଗତ ପଣ୍ଡା ଭଦ୍ରକ ପୌରାଞ୍ଚଳର ନୂଆ ବଜାର ଅଞ୍ଚଳରେ ସ୍ଥାୟୀ ବାସିନ୍ଦା ଭାବେ ରହୁଥିଲେ । ଦୀର୍ଘ ଦିନର ଅସୁସ୍ଥ ପରେ ବୋକାର ଠାରେ ତାଙ୍କ ବାସ ଭବନରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କର ୭୫ ବର୍ଷ ବୟସ ହୋଇଥିଲା । ତାଙ୍କ ପାଖରେ ତାଙ୍କ ପତ୍ନୀଙ୍କ ସମେତ ପୁତ୍ର, ପୁତ୍ରବଧୁ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଥାଉକି ସ୍ଵର୍ଗତ ପଣ୍ଡା ବିଚାରପତି ଗଜେନ୍ଦ୍ର ନାଥ ପଣ୍ଡାଙ୍କ ପୁତ୍ର ଭାବେ ବେଶ ଜଣାଶୁଣା । ସେ ଜଣେ ମିଷ୍ଠଭାଷୀ ଓ ଦରଦୀ ବ୍ୟକ୍ତିତ୍ବ ଭାବେ ସମସ୍ତଙ୍କ ପରିଚିତ। ସେ ସୀମା ସୁରକ୍ଷା ବଳ,CRPF - Medical Director ଭାବେ କାର୍ଯ୍ୟରତ ଥିଲେ । ଅବସର ପରେ ରୋଗୀସେବା ମାଧ୍ୟମରେ ସେ ସମାଜସେବା କାର୍ଯ୍ୟରେ ନିୟୋଜିତ ଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛୁ।

0
0
0
s2sdefault