ହେଡଲାଇନସ୍:

ପାଞ୍ଚଦିନ ବିତିଗଲାଣି ନାବାଳିକା ଗାଏବ ଘଟଣା:  ପୋଲିସ ପାଉନି ଟେର,  ଭଗବାନ ଭରସାରେ ତଦନ୍ତ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ :-  ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନବଢ଼ି ଚାଲିଛି  ଅସାଧୁ ବ୍ୟକ୍ତିଙ୍କ ଆତଙ୍ଗରାଜ ଜିଲ୍ଲାର ଜନସାଧାରଣ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି କହିଲେ ଭୂଲ ହେବନାହିଁ ଏମିତି ଦିନନାହିଁ ଯେ ଯେଉଁଦିନ ସହର ସମେତ ଆଖପାଖ ଅଞ୍ଚଳରେ ଲୁଟପାଟ ଚୋରୀ ଡକାୟତି  ହେଉନାହିଁ | ହେଲେ ତାହାର ପ୍ରମୁଖ ତ ଗୋଟିଏ ହିଁ କାରଣ ଧଳାଯହର ବ୍ରାଉନ ସୁଗାର ପାଉଡର ବୋଳି ସାଧାରଣରେ  ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଳିଟିଛି |  ଜିଲ୍ଲାର କୋଣ ଅନୁକୋଣରେ ସମେତ ଜିଲ୍ଲା ହେଡ଼ କୁଆଟର ଟାଉନ ଭିତରେ ୨ରୁ ତିନୋଟି ସ୍ଥାନରେ ଲୁଚାଛପା  କୋଡ଼ୱାଡ଼ ଯୋଗେ ପ୍ରତେହ ଦିନ ଲକ୍ଷଲକ୍ଷ ଟଙ୍କାର ଧଳା ଜହର ବେପାର ହେଉଥିବା କାରଣରୁ ନବଯୁବକ ମାନେ ଏହି ଜହର ସେବନଯୋଗୁଁ  ନିଜର ସ୍ୱୟଂମ ହରାଇ ବସିଲେଣି  କିଏ ପାଗଳ ହୋଇଗଲାଣି କିଏ ଘରୁ ଟିଭି ଫ୍ରିଜ ବିକ୍ରି କରିଦେଲାଣି ତ କିଏ କିଏ ଭଗବାନଙ୍କୁ ପ୍ୟାରା ମଧ୍ୟ ହୋଇ ସାରିଲେଣି | ଆଗରୁ ସୁନ୍ଦରଗଡ ସହର ଯେମିତି ସୁନ୍ଦର ଥିଲା  ଆଜିକାର ଅବସ୍ଥା ଜିଲ୍ଲାର ସମ୍ପୂର୍ଣ୍ଣ ଦର୍ଦନାକ ସ୍ଥିତିରେ ସୁନ୍ଦରଗଡ ଭଳିଆ ସୁନ୍ଦର ଜିଲ୍ଲା ଆଜି ଅସୁନ୍ଦର ଆଡ଼କୁ ଗତି କରିବାକୁ ବସିଲାଣି ବୋଲି ସାଧାରଣରେ ଆଲୋଚନା ଲାଗିରହିଛି |  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି   ଗୋଟିଏ ୧୪ ବର୍ଷୀୟ ଛୋଟିଆ ନାବାଳିକା ଝିଅ ଅଚାନକ ସହରରୁ ଗାଏବ ହୋଇଯିବା  ତାହାମଧ ସାଇକିଲ ସହ ରିଜର୍ଭ ପୋଲିସ ଲାଇନ ପାଖ କେନ୍ଦୁପଡାରୁ କିନ୍ତୁ କାହାକୁ ଜଣାପଡ଼ିଲା ନାହିଁ କିମ୍ବା କୌଣସି  ଅନୁସନ୍ଧାନର ଟେର ମିଳୁନାହିଁ ତାହା ଏବେ ବିସ୍ମୟ ଏବଂ  ଜିଲ୍ଲା ବାସିଙ୍କ ସମେତ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପାଇଁ  ଲଜ୍ୟା ଜଣକ ଘଟଣା ଠାରୁ କମନୁହେଁ କହିଲେ ଅତ୍ୟୁକ୍ତି ହେବନାହିଁ  |    ସୂଚନା ମୁତାବକ ବାଉଁଶପଡା ଅଞ୍ଚଳରେ ରହୁଥିବା ଗୋଟିଏ ପରିବାରର ଗୋଟିଏ ନବମ ଶ୍ରେଣୀର  ଝିଅ ଯାହାର ବୟସ ପାଖାପାଖି ୧୪ ପ୍ରତେହ ଦିନ ରିଜର୍ଭ ପୋଲିସ ଲାଇନ ପାଖରେ ଥିବା କେନ୍ଦୁପଡ଼ା ସ୍ଥିତ ଗୋଟିଏ ଟିଉସନ ମାଷ୍ଟରଙ୍କ ଘରକୁ ସାଇକେଲ ଯୋଗେ ପ୍ରତେହ ସକାଳ ୬ଟାରେ ଆସି ଟିଉସନ ସାରି ୮ଟା ବେଳକୁ ତାଙ୍କ ଘର ବାଉଁଶ ପଡାକୁ ସାଇକେଲ ଯୋଗେ ଫେରିଥାନ୍ତି କିନ୍ତୁ ଗତ ମଙ୍ଗଳବାର ଦିନ ଟିଉସନ ସାରି ୮ବେଳେ ଘରକୁ ଫେରିବା କଥା କିନ୍ତୁ ଝିଅ ଆଉ ଫେରିନାହାନ୍ତି ପରିବାରର ଗୋଟିଏ ମାତ୍ର ଅଳିଅଳି ଝିଅ | ତାଙ୍କ ମାଆ ବ୍ୟସ୍ତ ବହୁଳ ହୋଇ  ସବୁ ଆଡେ ଖୋଜାଖୋଜି ଆରମ୍ଭ କରି ଟିଉସନ ମାଷ୍ଟରଙ୍କୁ ମଧ୍ୟ ପଚାରିଥିଲେ ଯେ ଝିଅ କୁଆଡେ ଗଲା ବୋଲି କିନ୍ତୁ ମାଷ୍ଟର କହିଥିଲେ ଟିଉସନ ସାରି ସବୁଦିନ ଭଳି ଘରକୁ ଗଲା | ହେଲେ ଯଦି ଟିଉସନ ସାରି ଘରକୁ ଗଲେ ତାହେଲେ ଘରକୁ ପହଞ୍ଚିଲେ ନାହିଁ କେମିତି ..? ହେଲେ ଏଠି ପ୍ରଶ୍ନ ଉଠୁଛିଯେ ଘଟଣା ସମ୍ପର୍କରେ ସୁନ୍ଦରଗଡ ଟାଉନ ଥାନାରେ ଅଭିଯୋଗ ହେଲାପରେ ମଧ୍ୟ ଆଜିକୁ ପାଞ୍ଚଦିନ ବିତିଯାଇଥିଲେ ସୁଧା ପୋଲିସ ଝିଅ ଗାଏବ ଘଟଣା ଉପରେ ଗୁରୁତ୍ୱପୂର୍ଣ୍ଣ ଭାବେ ନେଇଛି ନା ମିଛରେ ଖାଲି ଖୋଜାଚାଲିଛି ବୋଲି ପରିବାର ଵର୍ଗଙ୍କୁ ସାନ୍ତ୍ୱନା ଦେଇ ଚାଲିଛନ୍ତି | ଘଟଣା ସମ୍ପର୍କରେ ଟାଉନ ଥାନା ଅଧିକାରୀ ଶ୍ରୀମତୀ ସୂର୍ଯ୍ୟକାନ୍ତି ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଆମେ ଖୋଜାଖୋଜି କରୁଛୁ | ଟିଉସନ ମାଷ୍ଟରଙ୍କୁ ମଧ୍ୟ ପଚାର ଉଚୁରା କରିଛୁ | ସେହି ଅଞ୍ଚଳରେ ମୁଖ୍ୟ ରାସ୍ତା କଡ଼ ଗୁଡିକରେ ଥିବା ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଲୁ | କିନ୍ତୁ କୌଣସି ଅନୁସନ୍ଧାନ ମିଳି ପାରୁନାହିଁ | ଯେହେତୁ ଯେଉଁ ଟିଉସନ ଛୁଆ ମାନେ ଟିଉସନ ପଢିବା ପାଇଁ ଆସନ୍ତି, ସରିଲା ପରେ ଟିଉସନ ମାଷ୍ଟର ଘରୁ କିଛିବାଟ ଆସିବା ପରେ ସେଠି ଗୋଟିଏ ତେନ୍ତୁଳି ଗଛ ରହିଛି | ସେଇଠାରୁ ସମସ୍ତ ଛୁଆ ନିଜନିଜ ଘର ଆଡ଼କୁ ସାଇକେଲ ଯୋଗେ ଯାଇଥାନ୍ତି | ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଯେଉଁ ଲୋକଙ୍କୁ ସନ୍ଦେହ କରୁଛନ୍ତି ତାଙ୍କୁ ମଧ୍ୟ ଘରକୁ ଯାଇ ତଦନ୍ତ କଲୁ ହେଲେ ଲୋକଟି ରୋଗିଣା ଏବଂ ତାର ମଧ୍ୟ ତିନୋଟି ଝିଅ ସେଥି ମଧ୍ୟରୁ୨ ଟି ନାବାଳିକା ବୋଲି କହିବା ସହ ମୁଁ ମୋର ପ୍ରୟାସ ଜାରୀ ରଖି ଆମର ପୋଲିସ ଟିମ ଖୋଜାଖୋଜି ରେ ଲାଗି ପଡିଛନ୍ତି ବୋଲି କହିଛନ୍ତି |

0
0
0
s2sdefault